ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୬.୦୪.୨୦୨୦) – : କରୋନା ଭାଇରସ ପାଇଁ ଗତକାଲି ଗଞ୍ଜାମ ଜିଲ୍ଲା ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ପୋଲସରା ବ୍ଲକ ଅନ୍ତର୍ଗତ ମାଳ ତେନ୍ତୁଳିଆ ରାଜଶ୍ରୀ ବଳାସି ସମାଜ ପରିଷଦ ତରଫରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୧୫,୫୦୦ ଟଙ୍କା ଆର୍ଥିକ ସହାୟତା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ଉପସ୍ଥିତିରେ ପ୍ରଦାନ କରିଛନ୍ତି।ଏଥିରେ ବି ଡି ଓ ଶମ୍ଭୁ ନାଥ ନନ୍ଦୀ ଉପସ୍ଥିତ ଥିଲେ ।ସେହିପରି ବୁଗୁଡ଼ା ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ ଖୋଳଖୋଳି ଗ୍ରାମର ବିଜୁ ଜନତା ଦଳର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ମଧ୍ଯ ୭୧୫୦୧ ଟଙ୍କା ପ୍ରଦାନ କରିଛନ୍ତି ଏଥିରେ ବିଧାୟକ, ବୁଗୁଡ଼ା ବି ଡି ଓ ଏବଂ ଜନପ୍ରତିନିଧି ମାନେ ଉପସ୍ଥିତ ଥିଲେ ।