ଖୋର୍ଦ୍ଧା (LR NEWS ୨୪/୪) ଶୁକ୍ରବାର ଦିନ ସକାଳ ୧୦ ଘଟିକା ସମୟ ରେ ଖୋର୍ଦ୍ଧା ପୋଲିସ୍ ପକ୍ଷରୁ ଏକ ସଚେତନତା ରଥ ଖୋର୍ଦ୍ଧା ସହର ପରିକ୍ରମା କରିଥିଲା। ଭୂତାଣୁ ସଂକ୍ରମଣ ରୋକିବା ଲାଗି ଦେଶରେ ଲକ୍ଡାଉନ ଜାରି ରହିଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ଏହି କ୍ରମରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ଅଭିନବ ପ୍ରୟାସ ଆରମ୍ଭ ହୋଇଛି। ସଚେତନ ରଥ ମାଧ୍ୟମରେ ଖୋର୍ଦ୍ଧା ପୋଲିସ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏହି ରଥକୁ ଉଦ୍ଘାଟନ କରିବା ପରେ ଘରେ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁର ବାର୍ତ୍ତା ଦେଇଛନ୍ତି ଏସ୍ପି ଅଜୟ ପ୍ରତାପ ସ୍ବାଇଁ । ମୁକୁନ୍ଦ ପ୍ରସାଦ ଛକରୁ ଏହି ରଥ ବାହାରି ସହର ପରିକ୍ରମା କରିଥିଲା। ଏହି ଅବସରରେ ଡି. ଏସ୍.ପି ଶ୍ରୀଯୁକ୍ତ ସତିଶ ପାଢ଼ୀ,ଏସ. ଡି.ପି.ଓ ଶ୍ରୀଯୁକ୍ତ ସୁଶିଲ ମିଶ୍ର ଓ ପ୍ରମୁଖ ଅଧିକାରୀ ମାନେ ସାମିଲ ହୋଇଥିଲେ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।
Next Post