Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସ୍ବେଚ୍ଛାସେବୀ ଓ I Y A ସଂଗଠନର ସହଯୋଗରେ ଆଦିବାସୀ ମାନଙ୍କୁ ମାସ୍କ , ସାବୁନ ବଣ୍ଟନ, କରୋନା ଉପରେ ସଚେତନ କଲା ଖଲ୍ଲିକୋଟ ପୋଲିସ।

ଗଞ୍ଜାମ,(LR NEWS, ୨୪.୦୪.୨୦୨୦) – : ଲକଡାଉନ ସମୟରେ ଲୋକମାନେ ବିନା କାରଣରେ ବାହାରକୁ ନ ବାହାରିବା ପାଇଁ କଟକଣା ଲାଗୁ ହୋଇଥିବା ବେଳେ କରୋନା ଦାଉରୁ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ଘର ବାହାରେ ପୋଲିସ, ସୁରକ୍ଷା କର୍ମୀ, ସାମ୍ବାଦିକ, ସଫେଇ କର୍ମଚାରୀ ଓ ସ୍ବେଚ୍ଛାସେବୀ ମାନେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟରତ । ସେମାନେ ନିଜ କର୍ତ୍ତବ୍ୟ ସହ ନିଜ ଖର୍ଚ୍ଚରେ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ, ମାସ୍କ, ସାବୁନ, ସାନିଟାଇଜର ବାଣ୍ଟିବା ସହ ସଚେତନ ମଧ୍ୟ କରୁଥିବା ଦେଖିବାକୁ ମିଳୁଛି । ସେହିପରି ଆଜି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ଆଦିବାସୀ ଅଧୁଷିତ ବାଦପଲ୍ଲୀ ପଞ୍ଚାୟତର ଛକାସିଂ ଓ ଜାନି ଛକାସିଂ ଗ୍ରାମରେ ଘରକୁ ଘର ବୁଲି ଆଦିବାସୀ ଓ ଗରିବ ଲୋକମାନଙ୍କୁ ମାସ୍କ, ସାବୁନ ଓ ସାନିଟାଇଜର ବାଣ୍ଟିବା ସହ ସଚେତନ କରିଥିଲେ। ଏଥିରେ ଭାରତୀୟ ଯୁବକ ସଂଘ (IYA) ଓ ଅଞ୍ଚଳର କିଛି ସ୍ବେଚ୍ଛାସେବୀଙ୍କ ସହଯୋଗରେ ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟ ରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ଟୁନା ପିଡିକା ,ଅନ୍ୟାନ୍ୟ ପୋଲିସ କର୍ମଚାରୀ ,ସମାଜସେବୀ ଚିତ୍ରସେନ ପରିଡା, ବ୍ୟବସାୟୀ ଵୁଲୁ ତରାଇ, ସାମ୍ବାଦିକ ତଥା ସାମାଜିକ କର୍ମୀ ଅଶୋକ କୁମାର ତ୍ରିପାଠୀ, IYA ସଂଗଠନର HR କୋରଡିନେଟୋର ତଥା ସାମ୍ବାଦିକ ପ୍ରଦୀପ୍ତ କୁମାର ସାହୁ, ଅମର ସାହୁ, ଟୁକୁନା ପ୍ରଧାନଙ୍କ, ଜଗବନ୍ଧୁ ସାହୁଙ୍କ ସହ ସ୍ଵେଚ୍ଛାସେବୀ ସୁଧାକର ମହାରଣା , ଆରତ ବେହେରା, ବିଜୁ ଯୁବ ବାହିନୀ ବେଗୁନିଆପଡ଼ା ବ୍ଲକ ସଂଯୋଜକ ବିଭୂତି ପ୍ରଧାନ ସମେତ, ଜୀବନ ଦୁତୀ ଏଜୁକେସନାଲ ଏଣ୍ଡ୍ ଚାରି ଟେବୁଲ ଟ୍ରଷ୍ଟ ର ସ୍ବେଚ୍ଛାସେବୀ ମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.

sixteen + 11 =