Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସେଛ୍ବାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।

ଖୋର୍ଦ୍ଧା(LR NEWS ୨୩/୪) ମହାମାରୀ କରୋନା ପାଇଁ ରାଜ୍ୟର ବିଭିନ୍ନ ରକ୍ତଭଣ୍ଡାରରେ ଦେଖାଯାଇଥିବା ରକ୍ତ ସଙ୍କଟକୁ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ୱାନରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ନିର୍ବାଚନ ମଣ୍ଡଳୀର ଡଙ୍ଗରପଡା ଠାରେ ବିଜୁ ଛାତ୍ର ଜନତା ଦଳ ଖୋର୍ଦ୍ଧା ଜିଲ୍ଲା ତରଫରୁ ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନଙ୍କ ନେତୃତ୍ୱରେ ଜୀବନ ବିନ୍ଦୁ ଆନୁକୂଲ୍ୟରେ ଏକ ସେଛ୍ବାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପବିତ୍ର ମୋହନ ଖାଡଙ୍ଗା ଲିଙ୍ଗରାଜ ମଧ୍ଯ ଇଂରାଜୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଜମ୍ବେଶ୍ବର ମଙ୍ଗରାଜ ଓ ଛାତ୍ର ସଂଗଠକ ବିଶ୍ୱଦୀପ ପ୍ରଧାନ ଉଦ୍ଘାଟନ କରିଥିଲେ।
ଉକ୍ତ ଶିବିରରେ ୩୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଜିଲ୍ଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ପ୍ରଶାନ୍ତ ଜଗଦ୍ଦେବ,ଜିଲ୍ଲା ଜୀବନ ବିନ୍ଦୁ ସଂଯୋଜକ ବିଭୁତି ଭୁଷଣ ବଳବନ୍ତରାୟ, ଖୋର୍ଦ୍ଧା ବିଧାୟକ ଜିତୁ ମିତ୍ର , ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଦଳେଇ ଓ ଦେଉଳି ଗ୍ରାମ ପଞ୍ଚାୟତ କତୃପକ୍ଷ ସମସ୍ତ ଆୟୋଜକ ମାନଙ୍କୁ ସହଯୋଗ ର ହାତ ବଢାଇବା ସହ ରକ୍ତଦାତା ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଉକ୍ତ କାର୍ଯ୍ୟକ୍ରମକୁ ସମାଜସେବୀ ଶଶି ମିଶ୍ର, ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ସ୍ବାଧୀନ ପଣ୍ଡା , ବିଶ୍ବଭୂଷଣ ମିଶ୍ର ଜିତେନ୍ଦ୍ର ବିଶ୍ବାଳ ବିଶ୍ୱଜିତ ଭୁଜବଳ ଗୌତମ ସ୍ବାଇଁ ,ଗୌତମ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମାଜିକ ଦୂରତ୍ୱ କୁ ପ୍ରାଧାନ୍ୟ ଦେଇ ପରିଚାଳନା କରିଥିଲେ।

Leave A Reply

Your email address will not be published.

one + 1 =