Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୬୦ ହଜାର ଟଙ୍କା ପ୍ରଦାନ କଲେ , ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ।

ଗଞ୍ଜାମ , ( LR News, ଟୁକୁନା ପ୍ରଧାନ, ୧୭.୦୪.୨୦୨୦ ) – : କରୋନା ମହାମାରୀକୁ ନେଇ ଏବେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବହୁ ବଦାନ୍ୟ ବ୍ୟକ୍ତି ବିଶେଷ ଏବଂ ସଂଗଠନ ନିଜର ସାମର୍ଥ୍ୟ ମୁତାବକ ଅର୍ଥରାଶି ପ୍ରଦାନ କରୁଥିବା ବେଳେ ଗତକାଲି ଗଂଜାମ ଜିଲ୍ଲା ନିଖିଳ ଉତ୍କଳ ଓଡ୍ର ଖଣ୍ଡାୟତ କାଳଞ୍ଜି ସମାଜ ମହୁରୀ ଅଞ୍ଚଳ ପରିଷଦ ପକ୍ଷରୁ ୬୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରିଛନ୍ତି। ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବ ଙ୍କୁ ଭେଟି ଏକ ଚେକ୍ ପ୍ରଦାନ କରିଛନ୍ତି । ମହୁରୀ ଅଞ୍ଚଳ ସଭାପତି ବୃନ୍ଦାବନ ଖଟେଇ, ରାଜ କିଶୋର ବରଡ, ଗୁରୁନାଥ ବିଶୋୟୀ ,ରାଜେନ୍ଦ୍ର ପ୍ରଧାନ, ଗିରିଧର ଭୂୟାଁ, କପିଳେଶ୍ଵର ତାରେଣୀ, ରୋହିତ କୁମାର ଭୂୟାଁ, ଭଗବାନ ସ୍ଵାଇଁ, ରଞ୍ଜନ ସ୍ଵାଇଁ, ରାଜେନ୍ଦ୍ର ତାରେଣୀ ପ୍ରମୂଖ ଉପଜିଲ୍ଲାପାଳ ଙ୍କୁ ଭେଟି ପ୍ରଦାନ କରିଛନ୍ତି । କରୋନା ସଂକ୍ରମଣ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଯେଉଁ ସବୁ ପଦକ୍ଷେପ ନିଆଯାଉଛି ତାହାକୁ ଜନସାଧାରଣ ମାନେ ମାନିବା ପାଇଁ ନିବେଦନ କରିଛନ୍ତି ପରିଷଦ ତରଫରୁ ।

Leave A Reply

Your email address will not be published.

two + 14 =