Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ସାମାଜିକ ଦୂରତା କୁ ମାନୁନାହାନ୍ତି ଲୋକେ ! କହିବା କାହାକୁ ଶୁଣିବ କିଏ?

ଗଞ୍ଜାମ , (LR News , ଟୁକୁନା ପ୍ରଧାନ, ୧୬.୦୪.୨୦୨୦) – : କରୋନା ଭାଇରସ ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ଏବଂ ସଚେତନତା କରାଯାଉଥିବା ବେଳେ ଏବଂ ଏଥିନିମନ୍ତେ ସାରାଦେଶ ଲକ୍ ଡାଉନ ଥିବା ବେଳେ ଏହାକୁ ପ୍ରତିହତ କରିବା ପାଈଁ ସାମାଜିକ ଦୂରତା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି ଏବଂ ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ଗୁରୁତ୍ଵ ଦେଉଥିବା ବେଳେ କିନ୍ତୁ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ସ୍ଥିତ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଶାଖାରେ ଆଜି ବହୁ ଲୋକ ସାମାଜିକ ଦୂରତା କୁ ଜମାରୁ ମାନୁ ନଥିବାର ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ ବ୍ୟାଙ୍କ୍ ମ୍ୟାନେଜର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଥିଲେ ମଧ୍ଯ ସମ୍ଭବ ପର ହୋଇନଥିଲ। ଏବଂ କିଛି ସଚେତନ ନାଗରିକ ନିଜ ନାମକୁ ଗୋପନ ରଖି କହିଛନ୍ତି ଯେ ଏଠାରେ କାର୍ଯ୍ୟରତ ସୁରକ୍ଷା କର୍ମୀ ବାରମ୍ବାର ଲୋକମାନକୁ ସାମାଜିକ ଦୂରତା କୁ ଅବଲମ୍ବନ କରିବାକୁ କହିବା ସତ୍ତ୍ଵେ ମଧ୍ଯ ଲୋକ ମାନେ ସୁରକ୍ଷା କର୍ମୀ ଙ୍କ କଥାକୁ ମାନୁନାହାନ୍ତି । ଏଦିଗରେ ପୋଲିସ ବିଭାଗ ଦୃଷ୍ଟି ଦେବା ସହ ଲକ୍ ଡାଉନ ପର୍ଯ୍ୟନ୍ତ କିଛି ପୋଲିସ ମୁତୟନ ରହିବାପାଇଁ ଜନସାଧାରଣ ରେ ଦାବୀ ହୋଇଛି ।

Leave A Reply

Your email address will not be published.

17 − eleven =