Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ବେଳେ ଅତ୍ୟାବଶ୍ୟକ ସମୟରେ ମହିଳାଙ୍କୁ ରକ୍ତ ଦେଇ ଜୀବନ ବଞ୍ଚାଇଲେ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୪.୦୪.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ଅଙ୍ଗାରଗାଁ ପଞ୍ଚାୟତ ନୂଆଗଡ଼ ଗ୍ରାମର ମହିଳା ଲତା ବେହେରା l ଗତ କାଲି ରାତିରେ ହଠାତ୍ ତାଙ୍କ ଦେହର ଅବସ୍ଥା ଗୁରୁତ୍ତର ହେବା ପରେ ତାଙ୍କୁ ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମ୍ କେ ସି ଜି କୁ ନିଆଗଲା l ଡାକ୍ତର୍ ତୁରନ୍ତ ୩ ବୋତଲ ରକ୍ତ ଯୋଗାଡ଼ କରିବା ପାଇଁ କହିବା ପରେ ରକ୍ତ ଭଣ୍ଡାର ପକ୍ଷରୁ ତୁରନ୍ତ ଗୋଟିଏ ୟୁନିଟ୍ ରକ୍ତ ଦିଆଯାଇଥିଲା l କିନ୍ତୁ ଆଉ ରକ୍ତ ଯୋଗାଡ଼ କରିବା କଷ୍ଟ କର ହୋଇ ପଡିଥିଲା l କରୋନା ସମୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଦେଖି ତାଙ୍କ ସମ୍ପର୍କୀୟ ଏହି ଖବର ସେ ନିଜ ଗାଁ କୁ ଫୋନ ଯୋଗେ ଜଣାଇବା ପରେ ଗ୍ରାମର ଜଣେ ବ୍ୟକ୍ତି ବି ପଜିଟିଭ ରକ୍ତ ଆବଶ୍ୟକ ଖବରକୁ ବିଭିନ୍ନ ଗ୍ରୁପ ରେ ପୋଷ୍ଟ କରିବା ପରେ ଏହା ଦେଖି ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମର ଯୁବକ ଦ୍ୱିତୀକୃଷ୍ଣ ଦୋରା ତୁରନ୍ତ ନିଜ ବାଇକ୍ ରେ ବ୍ରହ୍ମପୁର ଏମ୍ କେ ସି ଜି ରକ୍ତ ଭଣ୍ଡାରକୁ ଆସି ରକ୍ତଦେଇ ମହିଳାଙ୍କ ଜୀବନ ବଞ୍ଚାଇଥିଲେ l କରୋନା ସମୟରେ ଯୁବକଙ୍କ ଏପରି ମହାନୀୟତା କାର୍ଯ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଛି l ଦ୍ଵିତୀକୃଷ୍ଣ ଆର୍ମି ବ୍ଲଡ୍ ଗ୍ରୁପ୍ ର ଜଣେ ସଦସ୍ୟ ହୋଇଥିବା ଯୋଗୁଁ ତୁରନ୍ତ ଖବର ପାଇଁ ରକ୍ତଦାନ କରିଥିଲେ ।

Leave A Reply

Your email address will not be published.

20 + eighteen =