ଗଞ୍ଜାମ(LR NEWS ୧୩/୪ ) ଗଞାମ ବ୍ଲକ୍ ଅଧୀନସ୍ଥ ରମ୍ଭା ଥାନା ତରଫରୁ ସୁବଳୟା ଗ୍ରାମ ପଞ୍ଚାୟତର ବିଭିନ୍ନ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି ।ରମ୍ଭା ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ସେଠୀଙ୍କ ତତ୍ତ୍ୱାବଧାନରେ ଜନସାଧାରଣଙ୍କୁ ମାଇକ୍ ଯୋଗେ କରୋନା ଭୂତାଣୁ କବଳରୁ ରକ୍ଷା ପାଇବା ପାଇଁ ବିଭିନ୍ନ ପ୍ରତିଷେଧକ ବ୍ୟବସ୍ଥା ସଂପର୍କରେ ଜଣାଇ ଦେବା ସଙ୍ଗେସଙ୍ଗେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକଙ୍କ ପ୍ରଯୋଜନା ରେ ରମ୍ଭା ଆଇ.ଆଇ.ସି.ଙ୍କ ରଚନା ଓ କଣ୍ଠଦାନରେ ପ୍ରସ୍ତୁତ ସଙ୍ଗୀତକୁ ଅଡ଼ିଓ ମାଧ୍ୟମରେ ଗ୍ରାମବାସୀମାନଙ୍କୁ ସଚେତନ କରାଯାଇଥିଲା ।
ଏହା ଜନସାଧାରଣଙ୍କ ମଧ୍ୟରେ ବେଶ୍ ଆଦୃତ ଲାଭ କରି ପାରିଛି ।
ଏହି କାର୍ଯ୍ୟକ୍ରମରେ ସୁବଳୟା ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀ କେଦାର ନାଥ ସ୍ବାଇଁ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଜୟ କୁମାର ବିଶ୍ବାଳ,ମଠମକୁନ୍ଦପୁର ଗ୍ରାମ ସଭାପତି ଆର୍.ଦୟାନିଧି ପ୍ରଧାନ, ଶିକ୍ଷକ ଶ୍ରୀ ନିରଞ୍ଜନ ମୁଦୁଲି, ଶିକ୍ଷକ ଶ୍ରୀ ଶିଶିର ନାହାକ,ଥାନାର ଅନ୍ୟାନ୍ୟ କର୍ମଚାରୀଙ୍କ ସହ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ‘ସଂଘର୍ଷ’ ଓ’ନନ୍ଦିଘୋଷ’ର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ସଚେତନତା କାର୍ଯ୍ୟକ୍ରମ ପରେ ପରେ ସୁବଳୟା ଗ୍ରାମ ପଞ୍ଚାୟତ ତରଫରୁ ମୁଖ୍ୟ ମନ୍ତ୍ରୀଙ୍କ କରୋନା କେୟାର ପାଣ୍ଠିକୁ ମୋଟ ଏକ ଲକ୍ଷ ଟଙ୍କା ଚେକ୍ ଓ ଅର୍ଥ ଆକାରରେ ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ହସ୍ତାନ୍ତର କରାଯାଇଛି।ଏହାର ସଫଳ ରୂପାୟନ ପାଇଁ ଗଞାମ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜ୍ୟୋତି ଶଙ୍କର ରାୟ ପୂର୍ଣ୍ଣ ସହଯୋଗ କରି ଆସୁଛନ୍ତି ।