ଭୁବନେଶ୍ୱରସ୍ଥିତ SGK INDIA COMPANY ଅଧିନସ୍ଥ SGK FOUNDATION ତରଫରୁ ମାଗଣା ମାସ୍କ, ସାନିଟାଇଜର, ଗ୍ରସରୀ ସାମଗ୍ରୀ ବଣ୍ଟନ।
ଖୋର୍ଦ୍ଧା (LR NEWS ୧୨/୪/୨୦) କଥାରେ ଅଛି ବିପଦ ସମୟରେ ଯିଏ ସହଯୋଗର ହାତ ବଢ଼ାଇଥାଏ,ସେହିଁ ପ୍ରକୃତ ସାହାଯ୍ୟକାରୀ। ବର୍ତ୍ତମାନ ସାରାଦେଶରେ ଲକଡାଉନ ଚାଲିଥିବା ବେଳେ ଗରିବ ଖଟିଖିଆ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ରୋଜଗାର ହରାଇ ଅନେକ ଲୋକ ଘରେ ହାତବାନ୍ଧି ବସି ରହିଛନ୍ତି।ଏପରି ସମୟରେ ଭୁବନେଶ୍ୱରସ୍ଥିତ SGK INDIA ନାମକ କମ୍ପାନୀ ଅଧିନସ୍ଥ SGK ଫାଉଣ୍ଡେସନ ପକ୍ଷରୁ ରାଜ୍ୟର ବିଭିନ୍ନ ଅଂଚଳରେ ଥିବା ଗରିବ ଖଟିଖିଆ ଲୋକ, ବସ୍ତିବାସିନ୍ଦାମାନଙ୍କୁ ମାସ୍କ,ସାନିଟାଇଜର, ଗ୍ଲୋବସ, ରାନ୍ଧଖାଦ୍ୟ ସହ ଗ୍ରସରୀ ସାମଗ୍ରୀ ବଣ୍ଟନ କରାଯାଇଛି।
ଏଥିସହ ରାଜ୍ୟର ବିଭିନ୍ନ ସହରରେ କାର୍ଯ୍ୟରତ ସାମ୍ବାଦିକ,ପୋଲିସ କର୍ମଚାରୀ ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମାଗଣାରେ ମାସ୍କ,ଗ୍ଲୋବସ ଓ ସାନିଟାଇଜର ବଣ୍ଟା ଯାଇଥିଲା। ଏହି ଅବସରରେ ଫାଉଣ୍ଡେସନ ପକ୍ଷରୁ ଖୋର୍ଦ୍ଧା ସହରରେ କାର୍ଯ୍ୟରତ ୫୦ରୁ ଉର୍ଦ୍ଧ୍ବ ଗଣମାଧ୍ୟମର ସାମ୍ବାଦିକ ଓ କ୍ୟାମେରାପର୍ଶନମାନଙ୍କୁ ମାସ୍କ,ସାନିଟାଇଜର ବଣ୍ଟନ କରାଯାଇଥିଲା।ଏଥିସହ ଜିଲ୍ଲାପାଳଙ୍କୁ ମଧ୍ୟ ୫୦୦ମାସ୍କ ପ୍ରଦାନ କରାଯାଇଛି।ଏହାବ୍ୟତୀତ ଆଗାମୀଦିନରେ ଖୋର୍ଦ୍ଧା ସହର ଅଞ୍ଚଳରେ ଥିବା ୧୦୦୦ରୁ ଉର୍ଦ୍ଧ ଦିନମଜୁରିଆ ଓ ଗରିବ ଶ୍ରେଣୀର ପରିବାରଙ୍କୁ ରନ୍ଧାଖାଦ୍ୟ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯିବାର ଲକ୍ଷ ରହିଛି। କମ୍ପାନୀ ତରଫରୁ ଏପରି ମହାନ କାର୍ଯ୍ୟରେ KDC ଏବଂ PECUC ସ୍ୱେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ବଣ୍ଟନ କଯ୍ୟରେ ସହଯୋଗ କରିଥିଲେ।ସବୁଠୁ ବଡ଼କଥା ହେଲା କମ୍ପାନୀ ଅଧିନରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ମଧ୍ୟ ନିଜ ଅଞ୍ଚଳରେ ରହି ଗରିବ ଖଟିଖିଆ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ସହ ମାସ୍କ ଓ ସାନିଟାଇଜର ବାଣ୍ଟିବା ପାଇଁ କୁହାଯାଇଛି। ଏହାର ସମସ୍ତ ଖର୍ଚ୍ଚ କମ୍ପାନୀ ବହନ କରିବ ବୋଲି SGK କମ୍ପାନୀ ଓ SGK Foundation ପକ୍ଷରୁ Co-Founder, Gajendra Kabat ସୂଚନା ଦେଇଛନ୍ତି।