Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା ବ୍ଲକରେ ଗଂଜାମ ଉପଜିଲ୍ଲାପାଳଙ୍କ ସମୂହ ସ୍ୱାସ୍ଥ୍ୟ ପରୀକ୍ଷା ସର୍ଭେ କାର୍ଯ୍ୟର ଅନୁଧ୍ଯାନ।

ଗଞ୍ଜାମ, (LR News, ୦୯.୦୪.୨୦୨୦) – : ଆଜି ଗଞ୍ଜାମ ଉପଜିଲ୍ଲାପାଳ ପ୍ରିୟ ରଂଜନ ପୃଷ୍ଟି ବେଗୁନିଆପଡ଼ା ବ୍ଳକରେ ହେଉଥିବା ସମୂହ ସ୍ୱାସ୍ଥ୍ୟ ପରୀକ୍ଷାର ସର୍ଭେ କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଛନ୍ତି।ଆଜି ଖଣ୍ଡିଆନଈ ପଂଚାୟତର ଫାଣ୍ଡି ପାଖ ସାହିରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଠାରେ ଉପଜିଲ୍ଲାପାଳ ପହଂଚି କିପରି ସର୍ଭେ କରୁଛନ୍ତି ଅନୁଧ୍ୟାନ କରିବା ସହ କିଛି ପରାମର୍ଶ ଦେଇଥିଲେ। ଏଥି ସହିତ ଅସ୍ଥାୟୀ ସଂଗରୋଧ ଗୃହ ପରିଦର୍ଶନ କରିବା ସହିତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନଙ୍କ ସହିତ ବ୍ଲକର ପରିସ୍ଥିତି ନିୟନ୍ତ୍ରଣ ଉପରେ ଆଲୋଚନା କରିଥିଲେ। ଏହି ସମୟରେ ସି ଡି ପି ଓ ସଂଧ୍ୟାରଣୀ ପାଣିଗ୍ରାହୀ, କନିଷ୍ଟ ଯନ୍ତ୍ରୀ ପ୍ରଦୀପ କୁମାର ସାହୁ ଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ପ୍ରକାଶ ଥାଉ କି ଜଣେ ଶିକ୍ଷକ, ଜଣେ ଅଙ୍ଗନବାଡି କର୍ମୀ ସହାୟିକାକୁ ନେଇ ଗୋଟିଏ ଟିମ କରାଯାଇଏହି ସର୍ଭେ କାର୍ଯ୍ୟକ୍ରମ କରାଯିବା ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ବି ଡି ଓ କହିଛନ୍ତି । ଏହି କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ବିଭିନ୍ନ ବ୍ଲକରେ ଆରମ୍ଭ ହେ।ଇଯାଇଛି ।

Leave A Reply

Your email address will not be published.

20 + thirteen =