ଗଞ୍ଜାମ, ( LR News, , ୦୮.୦୪.୨୦୨୦) – : ସାରା ବିଶ୍ୱରେ କରୋନା ଭାଇରସ ର ଆତଙ୍କ ଖେଳିଯାଇଥବା ସହ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ଯ ବୃଦ୍ଧି ପାଉଥିବା ବେଳେ ଆଜି ବେଗୁନିଆପଡ଼ା ବ୍ଲକ ଅଞ୍ଚଳରେ ଲୋକଙ୍କୁ ସଚେତନତା କରିବା ସହିତ ମାସ୍କ ବଣ୍ଟନ କରିଥିଲେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ଗଞ୍ଜାମ ଜିଲ୍ଲା ତରଫରୁ । ଏଥିରେ କେନ୍ଦ୍ରୀୟ ମାନବାଧିକାର ସୁରକ୍ଷା ସଂଗଠନ ର ଜିଲ୍ଲା ସଭାପତି ଜଗନ୍ନାଥ ସାହୁଙ୍କ ସମେତ ସଦସ୍ୟ ପ୍ରେମ ସେନାପତି, ସୁଶାନ୍ତ ବେହେରା, ଜଗମୋହନ ଦାସ, ରବୀନ୍ଦ୍ର ପାଣିଗ୍ରାହୀ, ଅର୍ଦ୍ଧେନ୍ଦୁ ପଟ୍ଟନାୟକ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଶତାଧିକ ଲୋକଙ୍କୁ ମାସ୍କ ବାଣ୍ଟିବା ସହ ଜନସାଧାରଣ ଙ୍କୁ କରୋନା ର ଭୟଭୟତା ଉପରେ ସଚେତନତା କରିଥିଲେ ।