ଗଞ୍ଜାମ, (LR News, , ୦୭.୦୪.୨୦୨୦) – : ଏପଟେ ସାରା ବିଶ୍ୱରେ କରୋନା ଭୁତାଣୁ ଭୟଙ୍କର ବାତାବରଣ ସୃଷ୍ଟି କରୁଥିବା ବେଳେ ବେଗୁନିଆପଡ଼ା ବ୍ଲକ୍ ରେ ମଦୁଆ ଓ ମଦ ବେପାରୀ ଲକ୍ ଡାଉନ୍ କୁ ଖାତିର୍ ନ କରି ମଦ ବିକ୍ରି କରି ପରିସ୍ଥିତିକୁ ଗମ୍ଭୀର କରୁଛନ୍ତି l ଆଜି ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର କନିଆରିବାଡ଼ି ନିକଟ ରାସ୍ତାର ଏକ ଶଙ୍ଖ ନିକଟରେ ଦୁଇଜଣ ଦେଶୀ ମଦ ୪ବସ୍ତା ରଖି ବିକ୍ରି କରୁଥିବା ଖବର ଜାଣିବା ପରେ ବେଗୁନିଆପଡ଼ା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଘଟଣା ସ୍ଥଳକୁ ପୁଲିସ ପଠାଇ ୪ବସ୍ତା ଦେଶୀ ମଦ ଜବତ କରିଥିବା ବେଳେ ଆସାମୀ ଦୁଇ ଜଣ ଫେରାର ହୋଇଯାଇଥିଲେ l ସେପଟେ ଅଙ୍ଗାର ଗାଁ ପ୍ରବେଶ ରାସ୍ତାରେ ଏକ କେବିନ ରେ ଅବାଧରେ ଦେଶୀ ମଦ ବିକ୍ରି ହେବା ସହ ମଦୁଆ ମାନେ ବେଖାତିର୍ କରି ରାସ୍ତା ପାର୍ଶ୍ଵରେ ମଦ ପିଉଛନ୍ତି l ଏଣୁ ଅବକାରୀ ବିଭାଗ ତୁରନ୍ତ ପଦକ୍ଷେପ ନେବା ପାଇଁ ଦାବୀ ହେଉଛି l
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।