ଗଞ୍ଜାମ, (LR News, ୦୫.୦୪.୨୦୨୦) – : ମହାମାରୀ କରୋନା ଭାଇରସର ମୁକାବିଲା ପାଇଁ ଗଂଜାମ ଜିଲ୍ଲା ପ୍ରଶାସନ କଡ଼ା ପଦକ୍ଷେପ ନେଇଛି । ମାସ୍କ କିମ୍ୱା ରୁମାଲ୍ ନପିନ୍ଧିଲେ ଗଣିବାକୁ ପଡ଼ିବ ଜୋରିମାନା। ଏପରିକି ବିନା କାରଣରେ ବାହାରେ ବୁଲିଲେ କ୍ୱାରେଣ୍ଟାଇନ୍ ରଖାଯିବ ବୋଲି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି ।
ଏ ନେଇ ଜିଲ୍ଲା ପ୍ରଶାସନ ତରଫରୁ ନିର୍ଦ୍ଦେଶନାମା ଜାରି ହୋଇଛି । ଗ୍ରାମାଞ୍ଚଳ ବ୍ୟକ୍ତିବିଶେଷ ମାସ୍କ କିମ୍ବା ରୁମାଲ୍ ନ ପିନ୍ଧିଲେ ୫୦୦ ଟଙ୍କା ସହରାଞ୍ଚଳ ପାଇଁ ୧୦୦୦ ଟଙ୍କା ଜରିମାନା ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।