Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୦୨.୦୪.୨୦୨୦) – : ଗତକାଲି ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ କୁମ୍ଭାରଗାଁ ରେ ପାଣି ପାଇଁ ଏକ ଗୋଷ୍ଠୀ ସଂଘର୍ଷ ଘଟିଯାଇଛି । କୋଦଳା ଏବଂ ବେଗୁନିଆପଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। କରୋନା ଭାଇରସ ନେଇ ପୋଖରି, କେନାଲ ରେ ଗାଧୋଇବା ପାଇଁ ପ୍ରଶାସନ ଏବଂ ପଞ୍ଚାୟତ ତରଫରୁ ମନା କରାଯାଇଛି, ଫଳରେ ଲୋକ ମାନେ ଗାଧୋଇବା ପାଇଁ ଏବଂ ପିଇବା ପାଇଁ ଟ୍ୟୁବେଲ, ଏବଂ ପାଣି ସପ୍ଲାଇ ପାଇପ ଉପରେ ନିର୍ଭର କରୁଛନ୍ତି । ଘଟଣା ରୁ ପ୍ରକାଶ ଯେ ଗତକାଲି ସନ୍ଧ୍ୟାରେ ପଞ୍ଚାୟତ ନିକଟରେ ଥିବା ଏକ ୱାଟର ଟେପ ରେ କିଛି ଅସବର୍ଣ୍ଣ ଜାତିର ଯୁବକ ଅର୍ଥାତ ଦାସ ସାହିର ଯୁବକ ମାନେ ଗାଧୋଉଥିବା ବେଳେ ସବର୍ଣ୍ଣ ଜାତରି ଲୋକ ଅର୍ଥାତ୍ ଓଡ଼ିଆ ଜାତିର ଲୋକ ମାନେ ପିଇବା ପାଣି ପାଇଁ ଆସିଥିଲେ । ହଠାତ୍ ଗାଧୋଇବା କୁ ନେଇ ଉଭୟ ଙ୍କ ମଧ୍ଯ ରେ ପାଟି ତୁଣ୍ଡ ପରେ ପିଟା ପିଟି ଏବଂ ଢେଲା ମାଡ ହୋଇଥିଲା । ଫଳ ରେ ଉଭୟ ଗୋଷ୍ଠୀ ର ଲୋକ ମାନେ ଆହତ ହୋଇଛନ୍ତି । ସବର୍ଣ୍ଣ ଗୋଷ୍ଠୀ ର ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଥିବା ଉଭୟେ ବ୍ରହ୍ମପୁର ସ୍ଥିତ ଏମ୍ କେ ସି ଜି ମେଡିକାଲ କଲେଜ ରେ ଚିକିତ୍ସାଧିନ ଅଛନ୍ତି । ଖବର ଲେଖା ସୁଦ୍ଧା ଦୁଇ ଗୋଷ୍ଠୀ ପକ୍ଷରୁ କୌଣସି ଏତଲା ଦାଏର ହୋଇନାହିଁ ।

Leave A Reply

Your email address will not be published.

four + 1 =