Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ମଠସରସିଙ୍ଗି ପଞ୍ଚାୟତରେ ରନ୍ଧାଖାଦ୍ୟ କୁ ନେଇ ବିବାଦ ।

ଗଞ୍ଜାମ, (LR News ୦୨.୦୪.୨୦୨୦ ) :- ରାଜ୍ୟ ସରକାର କରୋନା କଟକଣା ଯୋଗୁଁ ଅସହାୟ, ନିରୀହ, ଅକର୍ମଣ୍ୟ ମାନଙ୍କୁ ଆହାର ଯୋଗାଇବା ପାଇଁ ପଞ୍ଚାୟତ ଗୁଡିକୁ ଦାଇତ୍ୱ ପ୍ରଦାନ କରିଛନ୍ତି l ଏଥିପାଇଁ ପଞ୍ଚାୟତରେ ଫଣ୍ଡର ବ୍ୟବସ୍ଥା ମଧ୍ଯ କରାଯାଇଛି l ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକର କିଛି ପଞ୍ଚାୟତରେ ଗତକାଲି ଠାରୁ ରନ୍ଧାଖାଦ୍ୟ ଜାରିରହିଛି l କିନ୍ତୁ କିଛି ଭୁଲ ବୁଝାମଣା ଯୋଗୁଁ ବୁଧବାର ଦିନ ମଠସରସିଙ୍ଗି ପଞ୍ଚାୟତରେ ରନ୍ଧାଖାଦ୍ୟକୁ ନେଇ ପରସ୍ପର ମଧରେ ତିକ୍ତତା ହେବାଯୋଗୁ ଅଡୁଆ ପରିସ୍ଥିତି ସୃଷ୍ଟି ହୋଇଛି । ଏଥିରେ କୋଦଳା ପୁଲିସକୁ ହସ୍ତକ୍ଷେପ କରିବାକୁ ପଡିଛି l କୋଦଳା ପୁଲିସ ଘଟଣାସ୍ଥଳରର ପହଂଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି l ପ୍ରାପ୍ତ ସୂଚନା ଅନୁଯାୟୀ ଗତ ସୋମବାର ଦିନ ମଠସରସିଙ୍ଗି ପଞ୍ଚାୟତ କାର୍ଯ୍ୟାଳୟରର ଅସହାୟଙ୍କ ପାଇଁ ରୋଷେଇ ହୋଇଥିଲା l କିନ୍ତୁ କିଛି ବିଷୟବସ୍ତୁ କୁ ନେଇ ଜନ ପ୍ରତିନିଧି ମାନଙ୍କ ମଧ୍ୟରେ ଗୋଳମାଳିଆ ପରିସ୍ଥିତି ଉପୁଜିବାରୁ ବିଡ଼ିଓଙ୍କ ହସ୍ତକ୍ଷେପ ପରେ ରନ୍ଧାଖାଦ୍ୟ ହିତାଧିକାରୀଙ୍କ ଘରେ ପହଞ୍ଚାଇବା ପାଇଁ ସ୍ଥିର ହୋଇଥିଲା l ସେଥିପାଇଁ ପଞ୍ଚାୟତ ପକ୍ଷରୁ ବୁଧବାର ଦିନ ଗୋଟାଏ ସ୍ଥାନରେ ରୋଷଇ କରି ପଞ୍ଚାୟତର ମଠ ବ୍ରହ୍ମପୁର, ମଠ ସରସିଙ୍ଗି, ଶାଳବଣ ଏବଂ ବାଦପଲ୍ଲୀ ଗ୍ରାମର ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଯୋଜନା ଚାଲିଥିଲା l କିନ୍ତୁ ପଞ୍ଚାୟତର ବାଦପଲ୍ଲୀ ଗ୍ରାମର ଏକ ମନ୍ଦିରରେ ରୋଷେଇ ସାରି ବଣ୍ଟନ କଲାବେଳେ ଅପରାହ୍ନ ଗୋଟାଏ ବେଳେ ତିକ୍ତତା ଆରମ୍ଭ ହୋଇଥିଲା l ସ୍ୱୟଂ ସହାୟିକା ଗୋଷ୍ଠୀ ରାଧାକାନ୍ତ ଗ୍ରୁପ ରୋଷେଇ ଦାୟିତ୍ୱ ଦିଆଯାଇ ଥିବାବେଳେ ଆମମାନଙ୍କୁ କାହିଁକି ଦାଇତ୍ୱ ଦିଆଗଲାନି ବୋଲି କିଛି ଏସଏଚଜି ଗ୍ରୁପ ପହଂଚି ପ୍ରତିବାଦ କରିବାରୁ ପରସ୍ପର ମଧ୍ୟରେ ଝଗଡ଼ାର ସୂତ୍ରପାତ ହୋଇଥିଲା l ଖବର ପାଇ କୋଦଳା ପୁଲିସ ଘଟଣାସ୍ଥଳରେ ପହଂଚି ସମସ୍ତଙ୍କୁ ବୁଝାସୁଝା କରିଥିଲା l ଏନେଇ ସରପଞ୍ଚ ସୁଜ୍ଞାନୀ ସ୍ୱାଇଁଙ୍କୁ ଯୋଗାଯୋଗ କରିବାରୁ ଉଦ୍ଦେଶ୍ୟମୂଳକ ଭାବେ କିଛିଲୋକ କାର୍ଯ୍ୟରେ ବାଧା ସୃଷ୍ଟି କରୁଥିବା କହିଥିଲେ । କୋଦଳା ଆଇଆଇସି ଦେବାଶିଷ ମହାନ୍ତି ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତିକୁ ଆୟତ କରିଥିବା ପ୍ରକାଶ କରିଛନ୍ତି l ଯଦି ଏମିତି ପରିସ୍ଥିତି ଜାରିରହେ ଆବଶ୍ୟକ ପଡିଲେ ରାନ୍ଧଖାଦ୍ୟ ବନ୍ଦ କରାଯିବ ବୋଲି ବିଡ଼ିଓ ବେଦବର ପ୍ରଧାନ ପ୍ରକାଶ କରିଛନ୍ତି l ଅପରପକ୍ଷରେ ଏସଏଚଜି ମହାସଂଘ ସଭାନେତ୍ରୀ ରୀନା ପଣ୍ଡାଙ୍କ ସହ ଯୋଗାଯୋଗ ସମ୍ଭବ ପର ହୋଇପାରିନାହିଁ ।

Leave A Reply

Your email address will not be published.

nineteen − 16 =