Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କଞ୍ଚଣା ପଞ୍ଚାୟତ ରେ ନିରୀହ ଓ ଅସହାୟ ଙ୍କୁ ଦିଆଗଲା ରନ୍ଧା ଖାଦ୍ୟ ।

ଗଞ୍ଜାମ, ( LR News, ୦୧.୦୪.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ ,ବୃଦ୍ଧ, ବୃଦ୍ଧା, ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ଘୋଷଣା କରିଥିଲେ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ର କଞ୍ଚଣା ପଂଚାୟତ ରେ  ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ରସେନ ଘୋଷ ଙ୍କ ଦ୍ଵାରା ଏହି ରନ୍ଧା ଖାଦ୍ୟ ଯୋଗାଣ ଦିର୍ଘ ୫ ଦିନ ହେଲାଣି ଆରମ୍ଭ ହୋଇଯାଇଛି ।

ଆଜି ୧୬୦ ରୁ ଉର୍ଦ୍ଧ୍ବ ବ୍ୟକ୍ତି ଙ୍କୁ ଏହି ଖାଦ୍ୟ ଦିଆ ଯାଇଥିଲା । ଶ୍ରୀ ଜଗନ୍ନାଥ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ରୋଷେଇ କରି ଖାଦ୍ୟ ଦେଉଥିବା ବେଳେ । ଏଥିରେ ସରପଞ୍ଚ ତଥା ଯୁବ ସମାଜସେବୀ ଚିତ୍ରସେନ ଘୋଷ ଓ ପଂଚାୟତ କାର୍ଯ୍ୟ ନିର୍ବ।ହୀ ଅଧିକାରୀ ଓ, ସମିତି ସଭ୍ୟ, କର୍ମଚାରୀ, ଯୁବ ଗୋଷ୍ଠୀ, ମହିଳା ସଙ୍ଘ ର କର୍ମକର୍ତ୍ତା ଏବଂ କେଦାର ସାହୁ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ।

Leave A Reply

Your email address will not be published.

5 − 3 =