Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ପଲ୍ଲା ତୋଟପଡ଼ା ପଞ୍ଚାୟତରେ ଦିଆଗଲା ରନ୍ଧା ଖାଦ୍ୟ।

ଖୋର୍ଦ୍ଧା, (LR News, ୩୧.୦୩.୨୦୨୦) – : କରୋନା ଭୁତାଣୁ ଜନୀତ କଟକଣାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାରଙ୍କ ପକ୍ଷରୁ ସମସ୍ତ ପଂଚାୟତ ରେ ଏକ ସହ ରୁ ଦୁଇ ଶହ ପର୍ଯ୍ୟନ୍ତ ଅସହାୟ , ନିରୀହ ଓ ଅକର୍ମଣ୍ୟ ବ୍ୟକ୍ତି ଙ୍କୁ ରନ୍ଧା ଖାଦ୍ୟ ଯୋଗାଣ ପାଇଁ ସରକାର ଘୋଷଣା କରିଥିଲେ ।

ଖୋର୍ଦ୍ଧା ବ୍ଲକର ପ୍ରତି ପଂଚାୟତ ରେ ଏହି ରନ୍ଧା ଖାଦ୍ୟ ଯୋଗାଣ ଆଜି ଆରମ୍ଭ ହୋଇଥିବା ବେଳେ। ଆଜି ପଲ୍ଲା ତୋଟପଡ଼ା ପଞ୍ଚାୟତରେ ମା ଖଣ୍ଡୁଆଳ ସ୍ଵୟଂ ସହାୟକ ଗୋଷ୍ଠୀ ନମ୍ୱର୍ ୧ ମାନେ ରୋଷେଇ କରି ଘରକୁ ଘର ନେଇ ପହଞ୍ଚାଇ ଥିଲେ।ଏଥିରେ ବ୍ଲକ୍ ଉନ୍ନୟନ ଅଧିକାରୀ ଶ୍ରୀଯୁକ୍ତ ପ୍ରଶାନ୍ତ ନାୟକ, ଉପ ଆରକ୍ଷୀ ଶ୍ରୀଯୁକ୍ତ ସୁନିଲ୍ ମହାନ୍ତି, ଇନ୍ସପେକ୍ଟର ଶ୍ରୀଯୁକ୍ତ ମୃଣୟ ସେନାପତି ସରପଞ୍ଚ, ଶ୍ରୀ ଅସ୍କର୍ ଅଲ୍ଲୀ ମହୋଦୟ , ପଂଚାୟତ କାର୍ଯ୍ୟନିର୍ବ।ହୀ ଅଧିକାରୀ ରଣଜିତ୍ ଓ କର୍ମଚାରୀ, ସ୍ବେଛାସେବୀ, ବିଜୁ ଯୁବ ବାହିନୀ ର ସଦସ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.

3 + 19 =