Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଦଣ୍ଡୁଆ ମାନଙ୍କୁ ତାଗିଦ୍ କଲେ ତହସିଲଦାର ।

ଗଞ୍ଜାମ (LR News, , ୩୦.୦୩.୨୦୨୦) – : କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ପ୍ରଶାସନ ପକ୍ଷରୁ ମଧ୍ଯ କଡ଼ା ପଦକ୍ଷେପ ଗ୍ରହଣ କରାଯାଉଛି । ଏପରିସ୍ଥଳେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ବୁରୁଝରି ପଞ୍ଚାୟତ ର ନୂଆଗାଁ ସ୍ଥିତ ମା ଦଣ୍ଡ କାଳି ଙ୍କ ଆଠ ଜଣ ଭକ୍ତ ମା ଙ୍କ ପୂଜାର୍ଚ୍ଚନା ନିମେନ୍ତ ନିକଟସ୍ଥ ପୋଖରି କୁ ଆସି ପୂଜାର୍ଚ୍ଚନା କରୁଥିବା ସମୟରେ ସେହି ରାସ୍ତା ଦେଇ କୋଦଳା ତହସିଲଦାର ପ୍ରଭାତ କୁମାର ପରିଡା ସମେତ କୋଦଳା ଥାନା ର ଏସ୍ ଆଇ ଅନିଲ କୁମାର ସାହୁ ଓ ଅନ୍ୟ ମାନେ ଯାଉଥିଲେ । ସେହି ପୋଖରି ପାଖରେ ଅଟକି ଦଣ୍ଡୁଆ ମାନଙ୍କୁ ସରକାର ଙ୍କ ନିୟମ ବିଷୟରେ କହିଥିଲେ ଏବଂ କରୋନା ଭାଇରସ ର ଭୟଭୟତା ବିଷୟରେ ବୁଝାଇ ଥିଲେ । କେବଳ ମା ରୀତିନୀତି ଜଣେ କିମ୍ବା ଦୁଇ ଜଣ ମନ୍ଦିର ନିକଟରେ କରିବା ପାଇଁ କହିଥିଲେ । ଯଦି ଏହି ନିୟମ କୁ ଉଲ୍ଳଘଂନ କରିବ ତାହା ହେଲେ ତୁମ ମାନଙ୍କୁ ଗିରଫ କରାଯିବା ବୋଲି ତହସିଲଦାର ଶ୍ରୀ ସାହୁ ତାଗିଦ୍ କରିଥିଲେ ।

Leave A Reply

Your email address will not be published.

one × three =