Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଣପୁର ଅଞ୍ଚଳରୁ ଶ୍ରମିକ ଚାଲିଚାଲି ଆସିଲେ, ନୂଆଗଡ଼ ଠାରେ ସ୍ଵେଚ୍ଛାସେବୀ ଖାଇବାକୁ ଦେଲେ, ପୁଲିସ ସେମାନଙ୍କୁ ତାଙ୍କ ଗାଁକୁ ନେବାକୁ କହି ଚୁପ୍ ରହିଲେ, ଶେଷରେ ଚାଲିଚାଲି ସୀଙ୍ଗିପୁର ଗଲେ ।

ଗଞ୍ଜାମ, (LR News, , ୨୯.୦୩.୨୦୨୦) :- କରୋନା ପାଇଁ ଲକ୍ ଡାଉନ୍ ଥିବା ବେଳେ ଯେଉଁ ଶ୍ରମିକ ମାନେ ବାହାରେ ରହି କାମ କରୁଥିଲେ ସେମାନେ ଅସୁବିଧାରେ ରହି ପରିସ୍ଥିତି ସଙ୍ଗୀନ ହେବା ଯୋଗୁଁ ହଇରାଣର ଶିକାର ହୋଇ ନିଜ ଭିଟାମାଟିକୁ ଫେରୁଛନ୍ତି । ପୁରୁଷୋତ୍ତମପୁର ବ୍ଳକର ସିଙ୍ଗିପୁର ଗ୍ରାମର ୧୦ ରୁ ଅଧିକ ଶ୍ରମିକ ବାଣପୁର ଅଞ୍ଚଳରେ କାମ କରୁଥିଲେ । ଲକ୍ ଡାଉନ୍ ହେବା ଯୋଗୁଁ ସେମାନେ ଆଜି ବଡ କଷ୍ଟରେ ଚାଲିଚାଲି ଆସି ଅଙ୍ଗାର ଗାଁ ପଞ୍ଚାୟତ ର ନୂଆଗଡ଼ ଠାରେ ପହଁଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ସ୍ଵେଚ୍ଛାସେବୀ ଏକ ଘରେ ରଖି ପ୍ରଥମେ ସ୍ଥାନୀୟ ସରପଞ୍ଚ କୁ କହିବା ପରେ ସେ ଶ୍ରମିକ ମାନଙ୍କୁ ଛାଡିବା ପାଇଁ କିଛି ବ୍ୟବସ୍ଥା ନାହିଁ ବୋଲି କହିବା ପରେ ବେଗୁନିଆପଡ଼ା ବିଡିଓ ବେଦବର ପ୍ରଧାନ ଙ୍କୁ କହିବା ପରେ ସେ ମଧ୍ୟ ମନା କରିବା ପରେ ବେଗୁନିଆପଡ଼ା ପୁଲିସ କୁ ଖବର ଦେଇଥିଲେ ଓ ସେମାନଙ୍କୁ ତାଙ୍କ ଘରେ ପହଞ୍ଚିବା ପାଇଁ ବ୍ୟବସ୍ଥା କରିବେ ବୋଲି ପୁଲିସ କହିଥିଲେ । ଏହା ଭିତରେ ସ୍ଵେଚ୍ଛାସେବୀ ମାନେ ଶ୍ରମିକ ମାନଙ୍କୁ ଖାଇବାକୁ ଦେଇଥିଲେ । ଦୀର୍ଘ ସମୟ ଅପେକ୍ଷା କରିବା ପରେ ପୁଲିସ କୌଣସି ବ୍ୟବସ୍ଥା କରିନଥିଲେ । ଫଳରେ ଶ୍ରମିକ ମାନେ ଅସନ୍ତୋଷରେ ପୁଣି ଚାଲିଚାଲି ନିଜ ଗ୍ରାମ ସମା ପଞ୍ଚାୟତର ସିଙ୍ଗିପୁର ଅଭିମୁଖେ ଯାଇଥିଲେ ।

Leave A Reply

Your email address will not be published.

3 × one =