Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ନିଜ ପରିବାରକୁ ନେଇ ନିଜ ଘରେ ଘଣ୍ଟ ଓ ତାଳି ମାରି ସ୍ୱାଗତ କରିଛନ୍ତି ।

ଖୋର୍ଦ୍ଧା(LR NEWS:22/03/2020):ମହାମାରୀ କରୋନା ସହ ଯୁଝୁଛି ବିଶ୍ୱ । ଦେଶ ପାଳନ କରୁଛି ଜନତା କର୍ଫ୍ୟୁ । ରାଜ୍ୟର ୫ ଜିଲ୍ଲା ଓ ୮ ସହର ଲକ୍ ଡାଉନ୍ । ପରିବାରକୁ ଛାଡ଼ି ବିଭିନ୍ନ ଜରୁରୀକାଳୀନ ସେବାରେ ନିୟୋଜିତ ହୋଇଛନ୍ତି ବ୍ୟକ୍ତି ବିଶେଷ । ସେମାନଙ୍କ ପାଇଁ ସନ୍ଧ୍ୟା ୫ଟାରେ ଏକାଠି ହୋଇଥିଲେ ଦେଶବାସୀ । ନିଜ ଘର ବାଲକୋନୀ, ଗାଁ ଦାଣ୍ଡରେ ଛିଡ଼ା ଲୋକେ ଏହି ବ୍ୟକ୍ତିମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ଗୁଡିକରେ ସବୁଠି ଲୋକେ ଏମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସ ମଧ୍ୟ ଏହି ବ୍ୟକ୍ତି ବିଶେଷଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ସନ୍ଧ୍ୟାରେ ତାଳି ମାରିବା ସହ ଏବେର ବିରାଟ ସ୍ୱାସ୍ଥ୍ୟ ସଙ୍କଟରେ ଲୋକଙ୍କ ସୁବିଧା ପାଇଁ ଜରୁରୀକାଳୀନ ସେବା ଯୋଗଉଥିବା ବ୍ୟକ୍ତିମାନେ ନିଜର ଶ୍ରେଷ୍ଠ ଭୂମିକା ନିର୍ବାହ କରୁଥିବା କହିଛନ୍ତି । ସେହିପରି ବେଗୁନିଆ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ଓ ନିଜ ପରିବାରକୁ ନେଇ ନିଜ ଘରେ ଘଣ୍ଟ ଓ ତାଳି ମାରି ସ୍ୱାଗତ କରିଛନ୍ତି ।ସମସ୍ତଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟରତ ବ୍ୟକ୍ତିବିଶେଷଙ୍କୁ ଏଭଳି ଭାବେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଧନ୍ୟବାଦ ଅର୍ପଣ କରାଯାଇଛି ।

Leave A Reply

Your email address will not be published.

20 − four =