Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଦେଶବାସୀଙ୍କ ସହଯୋଗରେ ଆଗେଇ ଚାଲିଛି ୧୪ ଘଣ୍ଟାର ଜନତା କର୍ଫ୍ୟୁ।

ଭୁବନେଶ୍ୱର(LR NEWS): ସମଗ୍ର ମାନବ ସମାଜ ପ୍ରତି ବିପଦ ପାଲଟି ଥିବା କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପ୍ରଚେଷ୍ଟା ଚଳାଇଥିବା ବେଳେ ଭାରତ ଏ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରି ପଥ ପ୍ରଦର୍ଶକ ସାଜିଛି l ଏବେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ଶହ ପାର ହୋଇ ଯାଇଥିବା ବେଳେ ୫ଜଣ ମରିଥିବାର ସ୍ପଷ୍ଟ ହୋଇଛି l ଏପରି୍ଥଳେ ଏହି ଘାତକ ଭୁତାଣୁୁ ଚାରିଆଡ଼େ ବ୍ୟାପିବାରୁ ରୋକିବା ପାଇଁ ଆମ ଦେଶର କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ପଦେପ ଗ୍ରହଣ କରୁଛନ୍ତି। ଅଯଥା ଗୁଜବକୁ ବିଶ୍ବାସ ନକରି ତଥା କରୋନାକୁ ନ ଡରି ଏହା ବିରୋଧରେ ଦେଶବାସୀ ମିଳିତଭାବେ ଲଢିବାକୁ ଆହ୍ୱାନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାମାଜିକ ଦୂରତ୍ବ ବଜାୟ ରଖିବା, ନିଜନିଜ ଘରେ ସୁରକ୍ଷିତ ରହିବା ସହିତ କରୋନା ମୁକାବିଲା ଦିଗରେ ଉଦ୍ୟମ କରୁ ଥିବା ଡାକ୍ତର,ନର୍ସ ଓ ଅତ୍ୟାବଶ୍ୟକ ସେବା ପ୍ରଦାନ କାରୀ କର୍ମଚାରୀ ଓ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇବା ଲାଗି ଆଜି ସକାଳ ୭ରୁ ରାତି ୯ଟା ପର୍ୟ୍ୟନ୍ତ ୧୪ଘଣ୍ଟା ପାଇଁ ଜନତା କର୍ଫ୍ୟୁ ପାଳନ କରିବାକୁ ମୋଦୀ କରିଥିବା ନିବେଦନକୁ ବ୍ୟାପକ ଜନସମର୍ଥନ ମିଳିଥିବାର ଲକ୍ଷ୍ୟ କରାଯାଉଛି l ଅତ୍ୟାବଶ୍ୟକ ଗାଡ଼ିମୋଟରକୁ ଛାଡ଼ିଦେଲେ ରବିବାର ଦେଶରେ ପରିବହନ ସେବା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଆମ ରାଜ୍ୟରେ ଘରୋଇ ବସ୍ ସେବା,ଅଟୋ ଟ୍ୟାକ୍ସି,ବ୍ୟବସାୟ ପ୍ରତିଷ୍ଠାନ ଆଦି ବନ୍ଦ ରହିଛି। ସାଧାରଣ ଲୋକଙ୍କ ସହଯୋଗରେ ଜନତା କର୍ଫ୍ୟୁକୁ ସମସ୍ତେ ପାଳନ କରୁଥିବାର ଦେଖିବାକୁ ମିଳିଛି। ତେବେ ୧୪ଘଣ୍ଟାର କର୍ଫ୍ୟୁ ଯୋଗୁଁ ନୂତନ ସଂକ୍ରମଣର ସମ୍ଭାବନା କମ ହୋଇପାରେ lଏଥିରେ ବୈଜ୍ଞାନିକ ମତ ରହିଛି l ଦେଖିବାକୁ ଗଲେ କରୋନା ଭାଇରସ୍ କୌଣସି ବସ୍ତୁ ଉପରେ ସର୍ବାଧିକ ୧୨ଘଣ୍ଟା ହିଁ ବଞ୍ଚିପାରିବ। ତେଣୁ ଏହି ୧୪ଘଣ୍ଟା ଯଦି ସମସ୍ତେ ନିଜ ନିଜ ଘରେ ବିତାଇବା ତେବେ ସର୍ବ ସାଧାରଣସ୍ଥଳ ଅଫିସ,ରେଳଗାଡ଼ି,ମୋଟର ଯାନ,ବାଣିଜ୍ୟିକ ପ୍ରତିଷ୍ଠାନଠାରୁ ଦୂରେଇ ରହିପାରିବା ଏବଂ ସେସବୁ ସ୍ଥାନରେ ଥିବା ବିଭିନ୍ନ ବସ୍ତୁରେ ଯଦି ଭୂତାଣୁ ଥିବେ ତେବେ ଶୂନ୍ୟ ହୋଇଯିବ। ଏହିଭଳି ଭାବେ ଦେଶ ବାସୀ ମଧ୍ୟ କରୋନା ସଂକ୍ରମଣରୁ ନିଜକୁ ଦୂରେଇ ରଖିପାରିବେ ବୋଲି ଆଶା କରାଯାଉଛି l 

Leave A Reply

Your email address will not be published.

three × 5 =