Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଖୋର୍ଦ୍ଧା ସମେତ ୪ ଜିଲ୍ଲାରେ ଲଗ୍ ଡାଉନ୍।

ଭୁବନେଶ୍ୱର(LR NEWS:21/03/2020):
କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା ସ୍ବରୂପ ମାର୍ଚ୍ଚ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ୫ଟି ଜିଲାକୁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ଜିଲାଗୁଡିକ ହେଲା ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୋଳ। ଏହି ଜିଲାଗୁଡିକର ସମସ୍ତ ସହର ଓ ଗାଁ ସମ୍ପୂର୍ଣ୍ଣ ଲକ୍‌ ଡାଉନ୍‌ ରହିବ ବୋଲି ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି।ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌, ଯାଜପୁର ଟାଉନ୍‌ ଆଦି ସହରକୁ ମଧ୍ୟ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ୨୨ ତାରିଖ ସକାଳ ୭ଟାରୁ ଏହି ଲକ୍‌ ଡାଉନ୍‌ ଆରମ୍ଭ ହୋଇ ୨୯ ରାତି ୯ଟାରେ ଯାଏ ରହିବ। ସମ୍ପୃକ୍ତ ଅଞ୍ଚଳରେ ସର୍ବାଧିକ ବିଦେଶ ଫେରନ୍ତା ଥିବାରୁ ସେଗୁଡିକୁ ଲକ୍‌ ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଏୟାରପୋର୍ଟ, ରେଲଓ୍ବେ ଷ୍ଟେଶନ, ବସ୍‌ଷ୍ଟାଣ୍ଡ ଆଦି ଲକ୍‌ଡାଉନ୍‌ ମୁକ୍ତ ରହିବ। ପେଟ୍ରୋଲ ପମ୍ପ, ମେଡିସିନ ଦୋକନ ସମେତ ଅନ୍ୟ ସମସ୍ତ ଜରୁରୀକାଳୀନ ସେବା ଖୋଲା ରହିବ। ସେହିଭଳି ଗ୍ରୋସରୀ, ପରିବା, ମାଛ, ମାଂସ, ଅଣ୍ଡା ଆଦି ଦୋକାନ ଖୋଲା ରହିବ। କେବଳ ଜରୁରୀ ଜିନିଷ ପାଇଁ ବାହାରକୁ ଯିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.

18 − two =