Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବେଗୁନିଆପଡା ଏବିସିଡ଼ି ପ୍ଲେ ସ୍କୁଲ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ, ୭୯ ୟୁନିଟ ରକ୍ତ ସଂଗୃହିତ

ଗଞ୍ଜାମ(LR NEWS 15/3/20) ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ଏବିସିଡ଼ି ପ୍ଲେ ସ୍କୁଲ ପରିସରରେ ଆଜି କେନ୍ଦ୍ରୀୟ ମାନବ ଅଧିକାର ସୁରକ୍ଷା ସଂଗଠନ, ଗଞ୍ଜାମ ଶାଖା ଓ ଏବିସିଡ଼ି ପ୍ଲେ ସ୍କୁଲ ଆନୁକୂଲ୍ୟରେ ଏବଂ ବେଗୁନିଆପଡା ସମ୍ବାଦ ଆମ ଓଡିଶା, ଇଣ୍ଡିଆନ ୟୁଥ ଆସୋସିଏସନ ଏବଂ ଜୀବନ ଦ୍ୟୁତି ଏଜୁକେସନ ଏଣ୍ଡ ଚାରିଟେବଲ ଟ୍ରଷ୍ଟର ମିଳିତ ସହଯୋଗରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ରକ୍ତଦାନ ଶିବିରରେ ବେଗୁନିଆପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା ଓ ଅବସର ପ୍ରାପ୍ତ ଶିକ୍ଷକ ସିମାଞ୍ଚଳ ଶତପଥୀ, ସମାଜସେବୀ ଚିତ୍ରସେନ ଘୋଷ, ସ୍ଥାନୀୟ ସରପଞ୍ଚ ଅରୁଣ କୁମାର ମାଝୀ,ସମାଜସେବୀ ବସନ୍ତ କୁମାର ବାରିକ, ଆଦି ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଏବିସିଡ଼ି ପ୍ଲେ ସ୍କୁଲ ସମ୍ପାଦକ ଅଶୋକ କୁମାର ସେନାପତି, ଶିକ୍ଷକ ପ୍ରସନ୍ନ କୁମାର ନାୟକ, ଦେବେନ୍ଦ୍ର ମହାରଣା, ମାନବ ଅଧିକାର ସୁରକ୍ଷା ସଂଗଠନ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ, ସମ୍ବାଦଦାତା ପବିତ୍ର କୁମାର ରାଉତ, ମୁନା ନାୟକ, IYA News ରାଜ୍ୟ ପ୍ରତିନିଧି ଜଗବନ୍ଧୁ ସାହୁ, ଟ୍ରଷ୍ଟ ସମ୍ପାଦକ ଟୁକୁନା ପ୍ରଧାନ, ବିଜେପି ଜିଲ୍ଲା ଯୁବମୋର୍ଚା ସାଧାରଣ ସମ୍ପାଦକ ଆଲୋକ କୁମାର ଶତପଥି ଏବଂ ଅନ୍ୟାନ୍ୟ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଉକ୍ତ ଶିବିରରେ ଅଂଚଳର ଅନେକ ବ୍ୟକ୍ତି ସ୍ବେଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ସେମାନଙ୍କ ଠାରୁ ୭୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।ବ୍ରହ୍ମପୁର୍ ଏମ୍ କେ ସି ଜି ମେଡିକାଲ ରକ୍ତ ଭଣ୍ଡାର ପକ୍ଷରୁ ଡା. ସଞ୍ଜୟ କୁମାର ସାହୁ, ପି. କେ. ସୁବୁଦ୍ଧି, ଏସ୍. କେ. ପାଣିଗ୍ରାହୀ, ନନ୍ଦ ଗୋପାଳ ଦେଓ, ଡି. ବି. କାର୍କ, ନାଗ ଭୂଷଣ ପ୍ରଧାନ, ଜେ. ଏନ୍. ପଟ୍ଟନାୟକ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟକ୍ରମରେ ଏ ବି ସି ଡି ପବ୍ଲିକ୍ ସ୍କୁଲ୍ ର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସଦସ୍ୟ, ବେଗୁନିଆପଡ଼ା କଳିଙ୍ଗ ବୈଶ୍ୟ ସମାଜ ର ମହିଳା ଗୋଷ୍ଠୀ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × two =