Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୧୦୮ ଅର୍ଥନୀତିଜ୍ଞଙ୍କୁ ଜବାବ ଦେଲେ ଜେଟ୍‌ଲି

ନୂଆଦିଲ୍ଲୀ: ସରକାରୀ ତଥ୍ୟର ‌ବିଶ୍ବସନୀୟତା ଉପରେ ଆପତ୍ତି ଉଠାଇଥିବା ୧୦୮ ଅର୍ଥନୀତିଜ୍ଞଙ୍କୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ଜବାବ ଦେଇଛନ୍ତି। ସେମାନଙ୍କ ଆପତ୍ତିକୁ ଏକ ‘ମିଥ୍ୟା ଅଭିଯାନ’ ବୋଲି ସେ କହିଛନ୍ତି। ଏବେକାର ସରକାରଙ୍କ ବିରୋଧରେ ରାଜନୈତିକ ଉଦ୍ଦେଶ୍ୟ ରଖି ଏଭଳି ଅଭିଯୋଗ ବାରମ୍ବାର କରାଯାଉଥିବା ଜେଟ୍‌ଲି କହିଛନ୍ତି।
ଜେଟ୍‌ଲି କହିଛନ୍ତି ଯେ ଓଲଟା କଥା କହିବା ଏହି ଅର୍ଥନୀତିଜ୍ଞମାନଙ୍କ ଏକ ଅଭ୍ୟାସ। ସେମାନେ ଅତୀତରେ ଅନେକ ଥର ରାଜନୈତିକ ଉଦ୍ଦେଶ୍ୟ ରଖି ପ୍ରସ୍ତୁତ କରାଯାଉଥିବା ଦସ୍ତାବିଜ୍‌ରେ ଦସ୍ତଖତ କରିଛନ୍ତି। ଆମ ତଥ୍ୟ ବିଶ୍ବର ପ୍ରମୁଖ ସଂସ୍ଥାଗୁଡ଼ିକ ଦ୍ବାରା ପ୍ରଚଳିତ ବ୍ୟବସ୍ଥା ଅନୁରୂପ ରହିଛି। କିନ୍ତୁ ବିଡ଼ମ୍ବନାର ବିଷୟ ହେଉଛି ବିରୋଧୀମାନେ କେବଳ ରାଜନୈତିକ ଗୋଟିଚାଳନା ଏବଂ ହୋହାଲ୍ଲା କରିବାରେ ପାରଙ୍ଗମ ବୋଲି ଜେଟ୍‌ଲି କହିଛନ୍ତି। ସରକାରୀ ତଥ୍ୟରେ ରାଜନୈତିକ ହସ୍ତକ୍ଷେପ ହେଉଥିବା ଅଭିଯୋଗ କରି କିଛି ଦିନ ତଳେ ଦେଶବିଦେଶର ୧୦୮ ଜଣ ଅର୍ଥନୀତିଜ୍ଞ ଏକ ଚିଠି ଲେଖିଥିଲେ ଏବଂ ଏଭଳି କାର୍ଯ୍ୟ ବନ୍ଦ କରିବା ପାଇଁ ପେସାଦାର ଅର୍ଥନୀତିଜ୍ଞଙ୍କ ସହଯୋଗ ଲୋଡ଼ିଥିଲେ। ଏହି ନିର୍ଦିଷ୍ଟ ଅର୍ଥନୀତିଜ୍ଞ ଗୋଷ୍ଠୀଙ୍କ ଆଭିମୁଖ୍ୟ ଉପରେ ଗତକାଲି ୧୩୧ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌ (ସିଏ) ପ୍ରଶ୍ନ ଉଠାଇଥିଲେ।

Leave A Reply

Your email address will not be published.

three + 11 =