Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଆଜି ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଗଣେଶ ଯୁବକ ସଂଘ ତରଫରୁ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଗଞ୍ଜାମ, (LRNews, ଟୁକୁନା ପ୍ରଧାନ, ୧୬.୦୨.୨୦୨୦)- : ଆଜି ଗଞ୍ଜାମ ଜିଲ୍ଲା କୋଦଳା ସ୍ଥିତ ଶ୍ରୀ ଗଣେଶ ଯୁବକ ସଂଘ ତରଫରୁ ଏକ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ସାନ୍ତନୁ କୁମାର ପାଢୀ ମୂଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ବେଦବର ପ୍ରଧାନ ଓ ତହସିଲଦାର ଶ୍ରୀ ପ୍ରଭାତ କୁମାର ପରିଡା ଅତିଥି ଭାବରେ ଯୋଗ ଦେଇ ମଞ୍ଚାସୀନ ଥିଲେ । ଶିକ୍ଷାବିତ୍ ରାମଚନ୍ଦ୍ର ପାତ୍ର ,ସରୋଜିନୀ ବ୍ରହ୍ମା, ଉପମନ୍ୟୁ ଶତପଥୀ, ଡ ବିଭୂତି ଭୂଷଣ ମହାପାତ୍ର , ପ୍ରକାଶ ଚନ୍ଦ୍ର ପାତ୍ର ପମୂଖଙ୍କୁ ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା ବେଳେ କଳାକାର ରଘୁନାଥ ମହାରଣା ,ଅଶୋକ ମୁନି,ରମେଶ ଚନ୍ଦ୍ର ବାଡ଼ତ୍ୟାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀର ମହାସଚିବ ଶ୍ରୀ ଦଣ୍ଡ ପାଣି ମହାପାତ୍ର ପୌରହିତ୍ୟ କରି ଥିବା ବେଳେ ଶ୍ରୀ ଗଣେଶ ଯୁବକ ସଂଘର ସଭାପତି ସନ୍ତୋଷ କୁମାର ପ୍ରଧାନ ସ୍ବାଗତ ଭାଷଣ ଦେଇଥିଲେ । ସାଧାରଣ ସଂପାଦକ ମନୋରଞ୍ଜନ ଡାକୁଆ ବାର୍ଷିକ ବିବରଣୀ ପାଠ କରିଥିଲେ । ଡ଼ ବିଷ୍ଣୁ ପ୍ରିୟା ମିଶ୍ରଙ୍କ ନେତୃତ୍ୱରେ ଭୂବନେଶ୍ୱରରୁ ଏକ ଡାକ୍ତରୀଦଳ ଆସି ମୂକ ବଧିର ମାନଙ୍କର ଚିକିତ୍ସା କରିଥିଲେ । ଶଙ୍କର ନେତ୍ରାଳୟର ଡାକ୍ତର ମାନେ ଚକ୍ଷୁ ପରୀକ୍ଷା କରିଥିଲେ । ଏଥିସହିତ ବ୍ରହ୍ମପୁର ସ୍ଥିତ ଏମ କେ ସି ଜିର ଅଭିଜ୍ଞ ଡ଼ାକ୍ତର ମାନେ ରକ୍ତ ଦାତା ଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ । ଏହି କାର୍ଯ୍ୟ କ୍ରମ ପରିଚାଳନାରେ ଶ୍ରୀ ଗଣେଶ ଯୁବକ ସଂଘର ପୂର୍ବତନ ଓ ବର୍ତ୍ତମାନର ସମସ୍ତ କର୍ମକର୍ତ୍ତା ଓ ସଭ୍ୟ ସହଯୋଗ କରିଥିଲେ । ଶ୍ରୀ ସତ୍ୟ ସାଇ ସେବା ସମିତି , ଦୀବ୍ୟ ଜୀବନ ସଂଘ , ଶ୍ରୀ ଶ୍ରୀ ଦଣ୍ଡିଶ୍ବର ଇଲେକ୍ଟ୍ରିକାଲସ୍ ଓ ପ୍ଳମ୍ବର ଏସୋସିଏସନ ଓ କଳିଙ୍ଗ ବୈଶ୍ୟ ମହିଳା ସଂଘ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ ।

Comments are closed, but trackbacks and pingbacks are open.