ଭୁବନେଶ୍ୱର,(LR NEWS) ଚଳିତମାସ ୨୯ ତାରିଖରେ ମାଟ୍ରିକ ପରୀକ୍ଷା ରେଜଲ୍ଟ ପ୍ରକାଶ ପାଇବ । ବୋର୍ଡର ଦୁଇ ୱେବସାଇଟ ଓ ଏସଏମଏସ ଜରିଆରେ ରେଜଲ୍ଟ ପ୍ରକାଶ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଥିଲେ । ସେହିପରି ଅଗଷ୍ଟ ଦ୍ୱିତୀୟ ଓ ତୃତୀୟ ସପ୍ତାହରେ +୨ର କଳା ଓ ବାଣିଜ୍ୟର ରେଜଲ୍ଟ ପ୍ରକାଶ ପାଇବା ସମ୍ଭାବନା ରହିଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି ।
ଚଳିତ ବର୍ଷ ମୋଟ ୫,୬୦,୯୦୫ ଜଣ ପରୀକ୍ଷାର୍ଥୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ଏମାନଙ୍କ ମଧ୍ୟରେ ୫,୪୭,୭୬୧ ଜଣ ହାଇସ୍କୁଲ୍, ୯,୭୭୧ ଜଣ ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ୩,୩୩୭ ଜଣ ମଧ୍ୟମା ପରୀକ୍ଷାର୍ଥିୀ ଥିଲେ । ଏମାନଙ୍କ ପାଇଁ ସମୁଦାୟ ୨,୮୮୮ ଟି ପରୀକ୍ଷା କେନ୍ଦ୍ର, ୩୦୭ଟି ନୋଡାଲ୍ କେନ୍ଦ୍ର ଏବଂ ୬୧ ଟି ମୂଲ୍ୟାୟନ କେନ୍ଦ୍ର କରାଯାଇଥିଲା । ପରୀକ୍ଷା ଉପରେ ନଜର ରଖିବା ପାଇଁ ଜିଲ୍ଲାସ୍ତରରେ ୬୯ଟି ଫ୍ଲାଇ ସ୍କାର୍ଡ ଏବଂ ବୋର୍ଡ ସ୍ତରରେ ୪୪ଟି ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯାଇ ଏହାଛଡା ଆବଶ୍ୟକ ପରିମାଣର ପୋଲିସ୍ ପଇଁତରା ଏବଂ ସ୍କ୍ୱାର୍ଡ ଗଠନ କରାଯାଇଥିଲା ।
ସେହିପରି ଭୁବନେଶ୍ୱର ଜୋନ୍ (ଖୋର୍ଦ୍ଧା, ନୟାଗଡ଼ ଏବଂ ପୁରୀ ଜିଲ୍ଲା)ରେ ଉଭୟ ରେଗୁଲାର ଏବଂ ଏକ୍ସରେଗୁଲାର ମୋଟ୍ ୬୨ହଜାର ୬୭୬ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ମୋଟ୍ ୨୭ହଜାର ୯୭୭ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ସେଥିରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୭ହଜାର ୧୦୮ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୮୬୯ ଥିଲା । ନୟାଗଡ଼ ଜିଲ୍ଲାରେ ମୋଟ ୧୨ହଜାର ୯୪୮ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୧୨ହଜାର ୬୮୪ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୨୬୪ ରହିଥିଲା । ପୁରୀ ଜିଲ୍ଲାରେ ମୋଟ୍ ୨୧ହଜାର ୭୫୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ରେଗୁଲାର ପିଲାଙ୍କ ସଂଖ୍ୟା ୨୧ହଜାର ୧୩୯ ଏବଂ ଏକ୍ସରେଗୁଲାର ପିଲାଙ୍କ ସଂଖ୍ୟା ୬୧୨ ରହିଛି ।
ପ୍ରକାଶଥାଉ କି, ରାଜ୍ୟର ୬୦ଟି ମୁଲ୍ୟାଙ୍କନ କେନ୍ଦ୍ରରେ ୨ଟି ପର୍ଯ୍ୟାୟରେ ଖାତାଦେଖା ପ୍ରକ୍ରିୟା ଚାଲିଥିଲା । ତେବେ ସମସ୍ତ ମୂଲ୍ୟାୟନକେନ୍ଦ୍ର ଗୁଡିକରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ସାମାଜିକ ଦୂରତ୍ୱ ସହ ସାନିଟାଇଜର ବ୍ୟବହାର ଉପରେ ଜୋର ଦିଆଯାଇଥିଲା । ଖାତାଦେଖା ବ୍ୟବସ୍ଥା ସୁଚାରୁ ଭାବେ ପରିଚାଳନା ସହ ଆବଶ୍ୟକ ପଦକ୍ଷେପ ଗ୍ରହଣ ଲାଗି ସବୁ ଜିଲ୍ଲାପାଳଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । ବିଶେଷକରି କାଭିଡ୍-୧୯ ଗାଇଡଲାଇନ୍ କୁ ଯେପରି ସର୍ବାଧିକ ଗୁରୁତ୍ୱ ଦିଆଯିବ ସେ ନେଇ ମଧ୍ୟ ଅବଗତ କରାଯାଇଥିଲା । ପ୍ରତି ମୂଲ୍ୟାୟନ କେନ୍ଦ୍ର ପାଇଁ ଜଣେ ନୋଡାଲ ଅଫିସର ଏବଂ ଜଣେ ଓଆରଏସ ଅଫିସର ନିଯୁକ୍ତ ହୋଇଥିଲେ ।
କ଼ରୋନା ଲାଗି ଖାତାଦେଖାରେ ବିଳମ୍ବ ହୋଇଥିବାରୁ ଦୈନିକ ୨ଟି ପର୍ଯ୍ୟାୟରେ ଖାତାଦେଖା ଚାଲିଥିଲା । ସକାଳ ୯ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୂଲ୍ୟାୟନ ହେଉଥିଲା । ଏପରିକି ରବିବାର ଏବଂ ଛୁଟି ଦିନଗୁଡିକରେ ମଧ୍ୟ ମୁଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଥିଲା । ସବୁ ପରୀକ୍ଷକଙ୍କ ଲାଗି ମାସ୍କ ଏବଂ ଥର୍ମାଲ ସ୍କିନିଂ ବାଧ୍ୟତାମୂଳକ ହୋଇଥିଲା । ପ୍ରତି ମୂଲ୍ୟାଙ୍କନ କେନ୍ଦ୍ରରେ ଏକ ଆଇସୋଲେସନ୍ ରୁମ ରହିଥିଲା ।
ତେବେ ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ଫେବୃଆରୀ ୧୯ ରୁ ମାର୍ଚ୍ଚ ୨ ତାରିଖ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଏକ ସମୟରେ ହାଇସ୍କୁଲ୍, ରାଜ୍ୟ ମୁକ୍ତ ବିଦ୍ୟାଳୟ ଏବଂ ମଧ୍ୟମା ପରୀକ୍ଷା ଆରମ୍ଭ ହୋଇଥିଲା । ପରୀକ୍ଷା ଖାତା ମୂଲ୍ୟାୟନ ମାର୍ଚ୍ଚ ୧୮ ତାରିଖରୁ ଏପ୍ରିଲ୍ ୧୦ ତାରିଖ ମଧ୍ୟରେ ଶେଷ ହେବ ବୋଲି ନିଷ୍ପତି ହୋଇଥିଲେ ହେଁ କରୋନା ଲାଗି ଲକ୍ଡାଉନ୍ ଜାରି ହେବା ପରେ ମୁଲ୍ୟାଙ୍କନ ପ୍ରକ୍ରିୟା ଠପ୍ ହୋଇଯାଇଥିଲା । ପରେ ଜୁଲାଇ ୨ୟ ସପ୍ତାହରେ ଖାତାଦେଖା ପ୍ରକ୍ରିୟା ଶେଷ ହୋଇଛି ।
Trending Now
- ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
- ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
- ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।