Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ବାଟୋଇଙ୍କୁ ଟାଣୁଛି ସଦର ଥାନାର ଜଳ ଛତ୍ର।

ଖୋର୍ଦ୍ଧା LR NEWS (୧୮/୦୪/୨୬)-ତାତିର ପ୍ରକୋପ ବଢ଼ିବାରେ ଲାଗିଛି । ଡହ ଡହ ଖରା ସାଙ୍ଗକୁ ଝାଞ୍ଜି ପବନ ଲୋକଙ୍କୁ ଅସ୍ତବ୍ୟସ୍ତ କରି ପକାଉଛି । ଘରୁ ବାହାରିବା ଏକ ପ୍ରକାର କଷ୍ଟ ହୋଇ ପଡ଼ିଛି । ଏଭଳି ସ୍ଥିତିରେ ଥଣ୍ଡା ପାନୀୟର ଆବଶ୍ୟକତା କେବଳ ଖରାରେ ଯାଉଥିବା ବାଟୋଇ ହିଁ ବୁଝିପାରିବ । କିନ୍ତୁ ଏମାନଙ୍କ କଷ୍ଟ ଲାଘବ ପାଇଁ ବିଭିନ୍ନ ସାମାଜିକ ସଙ୍ଗଠନ ଆଗକୁ ଆସିଛନ୍ତି ।

ଗଳା ଶୁଖି ଯାଉଥିବା ବେଳେ ସୁରେଇର ଶୀତଳ ଜଳ ଲୋକଙ୍କୁ ଦେଉଛି ଉପଶମ । ଖାଲି ଥଣ୍ଡା ପାନୀୟ ନୁହେଁ ବରଂ ତା’ ସାଙ୍ଗକୁ ପୋଦିନା ଏବଂ ଲେମ୍ବୁର ସ୍ୱାଦ । ରାସ୍ତାରେ ଚାଲି ଚାଲି ଯାଉଥିବା ବାଟୋଇଙ୍କ ଠାରୁ ଆରମ୍ଭ କରି କାରରେ ଯାଉଥିବା ବାଟୋଇ ମଧ୍ୟ କିଛି କ୍ଷଣ ଏଠାରେ ଅଟକି ଯାଉଛନ୍ତି । ଖୋର୍ଦ୍ଧା ୧୬ନମ୍ବର ଜାତୀୟ ରାଜପଥ ରେ ଯାଉଥିବା ସଦର ଥାନା ଅଧୀନର କେତକିଝର ରାସ୍ତାରେ ଦେଖିବାକୁ ମିଳିଛି କିଛି ଏଭଳି ଦୃଶ୍ୟ ।

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ପାଖକୁ ଟାଣୁଛି ଏହି ଜଳଛତ୍ର । କିଏ କିଛି କ୍ଷଣ ମୋଟର ସାଇକେଲକୁ ଅଟକାଇ ଦେଉଛି ତ କିଏ ତା’ର କାର୍‌, ଆଉ ତା’ ସାଙ୍ଗକୁ କଲେଜ୍‌ ଛାତ୍ରଛାତ୍ରୀ । ସ୍ୱାଦ ଏମିତି ଗୋଟିଏ ଗ୍ଲାସରେ ମନ ଭରୁନି ।ଜଳଛତ୍ରରେ ଜଳ ଦେଉଥିବା ସଦସ୍ୟ ମଧ୍ୟ ଖୁସିରେ ଗୋଟିଏ ପରେ ଗୋଟିଏ ଗ୍ଲାସ୍‌ ବଢ଼ାଇ ଦେଉଛନ୍ତି ବାଟୋଇଙ୍କ ହାତକୁ।

ବାସ୍ତବରେ ପୋଲିସ୍ ମାନେ ଜଳ ଯୋଗାଉ ନାହାଁନ୍ତି ତ, ସତେ ଯେମିତି ଜୀବନ ଦାନ କରୁଛନ୍ତି । ଆଉ ଲୋକଙ୍କ ଶୋଷ ମେଣ୍ଟାଇବାର ଖୁସି ସୋମାନଙ୍କ ଚେହେରାରରେ ସମ୍ପୂର୍ଣ୍ଣ ନଜର ଆସୁଛି। ଏହି ପରିପ୍ରେକ୍ଷୀରେ ଦୁଇଜଣ ଅତିରିକ୍ତ ଏସପି ଅନାଦି ଚରଣ ସେଠୀ, ନିହାର ରଂଜନ, ଆଇ ଆଇ ସି ବାସୁଦେବ ଜୟସିଂହ, ବଶିଷ୍ଠ ସାମ୍ବାଦିକ ପ୍ରକାଶ କୁମାର ହାତି, ଲଳିତ ମହାପାତ୍ର ଓ ଗ୍ରାମ୍ୟ କମିଟି ସଭ୍ୟ ମାନେ ଉପସ୍ଥିତ ରହି ବାଟୋଇ ମାନଙ୍କୁ ଶୀତଳ ଜଳ ବଣ୍ଟନ କରୁଥିଲେ।

Leave A Reply

Your email address will not be published.

1 × three =