Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଓଡିଆ ପକ୍ଷ -୨୦୨୬ ଅବସରରେ ଖୋରଧା ଜିଲ୍ଲାସ୍ତରୀୟ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଅନୁଷ୍ଠିତ।


ଖୋରଧା LR NEWS/୧୨/୦୪/୨୦୨୬–ଜିଲ୍ଲା ସଂସ୍କୃତି ବିଭାଗ ଓ ଖୋରଧା ସାହିତ୍ୟ ସଂସଦର ମିଳିତ ଆନୁକୂଲ୍ୟରେ ଏବଂ ଓଡିଶା ସାହିତ୍ୟ ଏକାଡ଼େମୀ ସହଯୋଗରେ ଓଡ଼ିଆ ପକ୍ଷ ଅବସରରେ “ବନ୍ଦନୀୟ ବରପୁତ୍ର” କାର୍ଯ୍ୟକ୍ରମ ଜିଲ୍ଳାପାଳ ଙ୍କ କାର୍ଯ୍ୟାଳୟ ର ଜୟୀରାଜଗୁରୁ ସମ୍ମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ଜ୍ୟୋତି ଶଙ୍କର ସାହୁ ମୁଖ୍ୟ ଜିଲ୍ଲା ଉନୟନ ଅଧିକାରୀ – ତଥା ନିର୍ବାହୀ ଅଧିକାରୀ, ଜିଲ୍ଳା ପରିଷଦ ସଭାପତିତ୍ୱ କରିଥିଲେ । ସମ୍ମାନୀତ ବକ୍ତା ଭାବରେ ଓଡ଼ିଶାର ସୁନାମଧନ୍ୟ ବକ୍ତା ତଥା ନିରାକାର ପୁର କଲେଜର ଇଂରାଜୀ ବିଭାଗର ବରିଷ୍ଠ ଅଧ୍ୟାପକ ଡ.ମୃତ୍ୟୁଞ୍ଜୟ ରଥ ବିଶିଷ୍ଟ ଆଲୋଚକ ଭାବରେ ଯୋଗଦେଇ ବନ୍ଦନୀୟ ବରପୁତ୍ର ତଥା ରକ୍ତ ବିଜଡିତ ପାଇକ ମାଟିର ଅଶି ଓ ମସୀ କୁ ନେଇ ବିଭିନ୍ନ ପାଇକ ତଥା ଉତ୍କଳ ର ବାଣୀ ଭଣ୍ଡାର କୁ ରୁଦ୍ଧି ମନ୍ତ କରିଥିବା କବି ସଚ୍ଚିଦାନନ୍ଦ ରା଼ଉତରାୟ, କବିୟତ୍ରି କୁନ୍ତଳା କୁମାରୀ ସାବତ, ଡକ୍ଟର ମାୟାଧର ମାନସିଂ, ବୃନ୍ଦାବତୀ ଦାସୀ,କବି ଜୟଦେବ ,ଶିଶୁ ଅନନ୍ତ, କବି ମାୟାଧର ମାନସିଂହଙ୍କ ଭଳି ବହୁ ମୁଖି ପ୍ରତିଭା ଓ ଉତ୍କଳ ର ବାଣିଭଣ୍ଡାର କୁ ସେମାନଙ୍କ ଦାନ ଉପରେ ଆଲୋକପାତ କରିଥିଲେ।

ଅନ୍ୟ ସମ୍ମାନୀୟ ବକ୍ତା ଭାବେ ନିରାକାରପୁର କଲେଜର ପ୍ରାକ୍ତନ ଅଧ୍ୟାପିକା ଡକ୍ଟର ପ୍ରତିଭାମୟୀ ମିତ୍ର ତାଙ୍କର ଅଭିଭାଷଣରେ ବକ୍ସି ଜଗବନ୍ଧୁ ଙ୍କ ଲୋମଟାଙ୍କୁରା କାହାଣୀ ଉପରେ ଆଲୋକପାତ କରିଥିଲେ। ଅନ୍ୟତମ ଅତିଥି ଭାବେ ସାହିତ୍ୟ ସଂସଦ ର ସମ୍ପାଦକ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କର ଏକ ପ୍ରବନ୍ଧ ଜୟୀ ରାଜଗୁରୁ ଙ୍କ ଉପରେ ପାଠ କରିଥିଲେ ସେହିପରି ଡଃ. କୈଳାଶ ଚନ୍ଦ୍ର ମହାରଣା ମଧ୍ୟ ବଶିଷ୍ଠ ବରପୁତ୍ର ଙ୍କ ଜୀବନୀ ଉପରେ ଆଲୋଚନ କରିଥିଲେ । ପ୍ରାରମ୍ଭ ରେ ଜିଲ୍ଲା ସଂସ୍କୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ଓଡ଼ିଆ ପକ୍ଷ ପାଳନର ଉଦେଶ୍ୟ ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ।

ନିଜର ସଭାପତିତ୍ୱ ଭାଷଣରେ ମାନନୀୟ ମୁଖ୍ୟ ଉନ୍ନୟନ ଅଧିକାରୀ କହିଥିଲେ ଯେଉଁ ବନ୍ଦନୀୟ ବରପୁତ୍ର ମାନେ ନିଜ ମା ମାଟି କୁ ନିଜ ଜୀବନ ଉତ୍ସର୍ଗ କରି ରୁଦ୍ଧିମନ୍ତ କରିଛନ୍ତି କେବଳ ତାଙ୍କ ଦିବସ ପାଳନ କରିବା ସହ ତାଙ୍କର ଦେଶ ଓ ସମାଜକୁ ପ୍ରଦର୍ଶିତ ମାର୍ଗରେ ନିଜକୁ ଗଢି ପାରିଲେ ତାହା ହେବ ତାଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। ଆଜିର ଏହି ଓଡ଼ିଆ ପକ୍ଷ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ର ବିଭିନ୍ନ ସ୍ଥାନରୁ ଆସିଥିବା ପ୍ରାୟ ୬୫ ଜଣ କବି ଏଥିରେ ଭାଗ ନେବା ସହ ବରପୁତ୍ର ଙ୍କ ଉପରେ ଆଧାରିତ କବିତା ପାଠ କରିଥିଲେ l

Leave A Reply

Your email address will not be published.

15 + 4 =