Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ରେ ସାଧାରଣତନ୍ତ୍ର ଦିବସ ପାଳିତ।

ଭୁବନେଶ୍ଵର(LRNEWSତା୨୬/୦୧/୨୬ରିଖ):ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ ରେ ସାଧାରଣତନ୍ତ୍ର ଦିବସ ପାଳିତ। ଆୟୋଜିତ ସାଧାରଣତନ୍ତ୍ର ଦିବସ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ଶ୍ରୀଯୁକ୍ତ ଵିନୋଦ ଆଚାର୍ଯ୍ୟ ଯୋଗ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହି ଅବସରରେ DFO ଅଭିଭାଷଣ ରଖି କହିଛନ୍ତି ଯେ ଅଗଷ୍ଟ ୧୫, ୧୯୪୭ ମସିହାରେ ପରାଧୀନତାର ଜଞ୍ଜିରରୁ ମୁକ୍ତ ହୋଇ ଭାରତମାତାକୁ ମିଳିଥିଲା ସ୍ଵାଧୀନତା। କିନ୍ତୁ, ସେଇ ସଂଗ୍ରାମ ସେଇଠି ସମାପ୍ତ ହୋଇ ନ ଥିଲା। ବରଂ ସ୍ଵାଧୀନତା ପରେ ଦୁଇଟି ବଡ ଆହ୍ଵାନର ସମ୍ମୁଖୀନ ହୋଇଥିଲା ଆମ ଦେଶ।

ପ୍ରଥମଟି, ଦେଶର ବିଭାଜନର ବିଭୀଷିକା ଏବଂ ଦ୍ଵିତୀୟଟି, ଦେଶକୁ ବିଧି ବ୍ୟବସ୍ଥା ମଧ୍ୟରେ ଶାସନ କରିବା ପାଇଁ ଏକ ସମ୍ବିଧାନ ପ୍ରସ୍ତୁତ କରିବା।  ଏହି ସବୁ ଆହ୍ଵାନ ମଧ୍ୟରେ ସେ ସମୟର ବିଦ୍ଵାନ ଓ ବିଶେଷଜ୍ଞଗଣ ଭାରତକୁ ଏକ ସଶକ୍ତ ରାଷ୍ଟ୍ରରେ ପରିଣତ କରିବା ପାଇଁ, ଏକ ମନ ଏକ ପ୍ରାଣରେ ଏକ ଲିଖିତ ସମ୍ବିଧାନ ପ୍ରସ୍ତୁତ କରିବା ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ। ଡକ୍ଟର ଆମ୍ବେଦକରଙ୍କ ନେତୃତ୍ଵରେ ସମ୍ବିଧାନ ସଭାରେ ଦୀର୍ଘ ଦୁଇ ବର୍ଷ ୧୧ ମାସ ୧୭ ଦିନର ଉଚ୍ଚକୋଟିର ବିତର୍କ, ଆଲୋଚନାର ଫଳସ୍ଵରୂପ ଦେଶକୁ ମିଳିଲା ଏକ ନୂତନ ସମ୍ବିଧାନ। ୧୯୫୦ ମସିହା ଆଜିର ଦିନରେ ସାରା ଦେଶରେ କାର୍ଯ୍ୟକାରୀ ହେଲା, ଏବଂ ସେହିଦିନ ଆମ ଦେଶ ଭାରତ ଏକ ସାର୍ବଭୌମ ଗଣତନ୍ତ୍ର ରାଷ୍ଟ୍ର ଭାବେ ପ୍ରତିଷ୍ଠିତ ହୋଇଥିଲା । ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସହକାରୀ ବନ ସଂରକ୍ଷକ, ଏଵଂ ଡିଭିଜନ ର ସମସ୍ତ ଷ୍ଟାଫ ଉପସ୍ଥିତ ଥିଲେ।

Leave A Reply

Your email address will not be published.

eighteen − sixteen =