Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଗୁରୁଜଙ୍ଗ ରେ ରଜ ଉତ୍ସବ ପାଳିତ ।

ଖୋର୍ଦ୍ଧା :LR NEWS ୧୬/୦୬/୨୬: ଖୋର୍ଦ୍ଧା ପୌରପରିଷଦ ଅନ୍ତର୍ଗତ ଗୁରୁଜଙ୍ଗ କ୍ରିକେଟ ଖେଳ ପଡିଆରେ ମା ମଙ୍ଗଳା କ୍ଲବ ଆନୁକୂଲ୍ୟରେ ଦ୍ୱିତୀୟ ବାର୍ଷିକ ରଜ ଉତ୍ସବ ୨୦୨୬ ମହା ସମାରୋହ ରେ ପାଳିତ ହୋଇଯାଇଅଛି।ଗତ ୧୪ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ଏହି ଉତ୍ସବ ରେ ବିଭିନ୍ନ ଷ୍ଟଲ, ରଜ ଦୋଳି, ମିଠା ପାନ, ପିଠାପଣା ସହ ବିଭିନ୍ନ ଖେଳ ପ୍ରତି ଯୋଗିତା ଆଦି ମୁଖ୍ୟ ଆକର୍ଷଣ ହୋଇଥିବାବେଳେ ସାଂକୃତିକ ସନ୍ଧ୍ୟା ସ୍ଥାନୀୟ ଗ୍ରାମବାସୀ ଯୁବକ ଯୁବତୀ ଙ୍କ ପାଇଁ ଖୁବ ମନୋରଞ୍ଜିତ କରିଥିଲା।

ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ ପୁରଷ୍କାର ପ୍ରଦାନ କରିଥିଲେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ରାଜେନ୍ଦ୍ର କୁମାର ସାହୁ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ବିଜୁ ଯୁବ ଜନତା ଦଳ ରାଜ୍ୟ ଉପସଭାପତି ତଥା ଆଇନଜୀବୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗା, ଯୁବ ସମାଜସେଵୀ ବିଶ୍ୱଜିତ ରାଉତରାୟ ( ଚନ୍ଦନ ) ପ୍ରମୂଖ ଯୋଗ ଦେଇଥିଲେ।

ମୁଖ୍ୟ ଆୟୋଜକ ଭାବେ ଇନ୍ଦ୍ରଜିତ ସାହୁ ଓ ମା ମଙ୍ଗଳା କ୍ଲବ ର ୫୦ ରୁ ଉର୍ଦ୍ଧ ଯୁବକ ଏହି ଉତ୍ସବ ପାଇଁ ସହାୟତା ପ୍ରଦାନ କରିଥିବା ବେଳେ ସବୁ ମହଲ ରେ ଏପରି ଆୟୋଜନ କୁ ପ୍ରଶଂସା କରାଯାଇଅଛି।ଆଗାମୀ ଦିନରେ ଏହି ଉତ୍ସବ କୁ ଉନ୍ନତ ଧରଣର କରିବା ପାଇଁ ମୁଖ୍ୟଅତିଥି ଶ୍ରୀ ସାହୁ ନିଜର ସହଯୋଗୀତା ସ୍ପଷ୍ଟ କରିଥିଲେ।

Leave A Reply

Your email address will not be published.

3 − 1 =