ରମ୍ଭା, ତା ୨୭.୧.୨୦୨୬/ବାଲୁଗାଁ ଚିଲିକା ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ କାର୍ଯ୍ୟାଳୟ ଓ ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୁଲ୍ୟରେ ରମ୍ଭା ପାନ୍ଥ ନିବାସ ନିକଟସ୍ଥ ଜେଟି ଓ ତତ୍ ସଂଲଗ୍ନ ଅଞ୍ଚଳର ବର୍ଜ୍ୟ ପ୍ଲାଷ୍ଟିକ ଆବର୍ଜନା ସମୂହକୁ ଉଭୟ ବିଭାଗୀୟ କର୍ମଚାରୀ ମାନେ ସଂଗ୍ରହ କରି ସ୍ଵତନ୍ତ୍ର ଆବର୍ଜନା ସ୍ଥଳୀକୁ ସ୍ଥାନାନ୍ତର କରି ପରିବେଶ ପ୍ରଦୂଷଣ ମୁକ୍ତ କରିଛନ୍ତି । ଏହି ଅଭିଯାନକୁ ରମ୍ଭା ବନ୍ୟପ୍ରାଣୀ ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାପାତ୍ର,ରମ୍ଭା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ଯ ନିର୍ବାହୀ ଅଧିକାରୀ ଶ୍ରୀମତି ଆଶାଲତା ରଚମାଳା ଓ ଅଧ୍ୟକ୍ଷା ମାନସୀ ସ୍ୱାଇଁ, କାଉନସିଲର ସମରସେନ ପଣ୍ଡା, କ୍ଷେତ୍ର ମୋହନ ବେହେରା,ଅଧ୍ୟକ୍ଷାଙ୍କ ପ୍ରତିନିଧି କାହ୍ନା ସ୍ୱାଇଁ, ବିଶିଷ୍ଟ ପରିବେଶବିତ୍ ବିଜୟ କୁମାର ବିଶ୍ଵାଳ,ନିର୍ମଳ ରଣସିଂହ,ରମ୍ଭା ବନପାଳ ସ୍ୱର୍ଣପ୍ରଭା ମହାପାତ୍ର, କେଶପୁର ବନପାଳ ବଳରାମ ସାହୁ,ପିଟିଶାଳ ବନପାଳ ଦୁର୍ଗା ଚରଣ ଟୁଡୁ, ନନ୍ଦଳା ବନପାଳ ଦିଲ୍ଲୀପ କୁମାର ସ୍ବାଇଁ, ବନରକ୍ଷୀ ସନ୍ତୋଷ କୁମାର ସାହୁ,ଭାନୁମତୀ ବେହେରା, ସତ୍ୟ ରଞ୍ଜନ ରଥ,ତପନ କୁମାର ଜେନା,ଆଲୋକ କୁମାର ଜେନା,ସୁଭଦ୍ରା ଜେନା, ଚିରାଗ ମାରାଣ୍ଡି ପ୍ରମୁଖ ପରିଚାଳନା କରିଥିଲେ ।ଏହି କାର୍ଯ୍ୟକ୍ରମରେ ଡଲଫିନ ସ୍କ୍ୱାର୍ଡ, ଆଣ୍ଟି ପୋଚିଂ ସ୍କ୍ୱାର୍ଡ,ରମ୍ଭା ଏନ୍. ଏ. ସି ପରିମଳ ସ୍କ୍ୱାର୍ଡଙ୍କ ସମେତ ସମସ୍ତ କର୍ମଚାରୀ ମାନେ ସକ୍ରିୟ ସହଯୋଗ କରିଥିଲେ ।


