Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

୨୦ ମାର୍ଚ୍ଚ, ୨୦୨୬: ବିଶ୍ୱ ଘର ଚଟିଆ ଦିବସରେ ଚିଲିକା ବନ୍ୟପ୍ରାଣୀ ସହକାରୀ ବନ ସରକ୍ଷଙ୍କ ସୌମ୍ୟରଞ୍ଜନ ସାହୁଙ୍କ ବାର୍ତ୍ତା।

ପୁରୀ( ସାତପଡ଼ା ) LR NEWS ପ୍ରତିବର୍ଷ, “ବିଶ୍ୱ ଚଢ଼େଇ ଦିବସ” ୨୦ ମାର୍ଚ୍ଚରେ ପାଳନ କରାଯାଏ।ପ୍ରଥମ ବିଶ୍ୱ ଚଢ଼େଇ ଦିବସ ୨୦ ମାର୍ଚ୍ଚ, ୨୦୧୦ରେ ପାଳିତ ହୋଇଥିଲା। ଭାରତରେ, ‘ଦି ନେଚର ଫରଏଭର ସୋସାଇଟି’ ଘର ଚଢ଼େଇ ଏବଂ ଅନ୍ୟାନ୍ୟ ସାଧାରଣ ପକ୍ଷୀମାନଙ୍କୁ ରକ୍ଷା କରିବାର ଗୁରୁତ୍ୱ ଉପରେ ଧ୍ୟାନ ଦେଇ ବିଶ୍ୱ ଚଢ଼େଇ ଦିବସ ପାଳନ କରିବାର ପ୍ରୟାସ ଆରମ୍ଭ କରିଥିଲା। ଦି ନେଚର ଫରଏଭର ସୋସାଇଟିର ପ୍ରତିଷ୍ଠାତା ମହମ୍ମଦ ଦିଲାୱର, ଜଣେ ଭାରତୀୟ ପ୍ରକୃତି ସଂରକ୍ଷଣବାଦୀ ଥିଲେ।

୨୦୨୬ ର ବିଷୟବସ୍ତୁ “ଏକ ସୁସ୍ଥ ଆସନ୍ତା କାଲି ପାଇଁ ଚଢ଼େଇ ବଞ୍ଚାଅ” ଏହି କ୍ଷୁଦ୍ର ପକ୍ଷୀମାନଙ୍କୁ ସଂରକ୍ଷଣ କରିବାରେ ନାଗରିକଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରେ। ଛୋଟ ସୁନ୍ଦର ପକ୍ଷୀ ଏବଂ ମଣିଷ ମଧ୍ୟରେ ସମ୍ପର୍କ ବୃଦ୍ଧି କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏହି ବିଷୟବସ୍ତୁ ଚୟନ କରାଯାଇଛି। ଏକ ଦ୍ରୁତ ଗତିଶୀଳ ଜୀବନରେ, ମଣିଷ ପ୍ରକୃତି ସହିତ ସମ୍ପର୍କ ହରାଇ ବସିଛି, ବିଶେଷକରି ଚଢ଼େଇମାନଙ୍କ ସହିତ। ବିଷୟବସ୍ତୁ ଟି ଏହି ଆଶା ଦ୍ୱାରା ପରିଚାଳିତ ଯେ ଅଧିକ ରୁ ଅଧିକ ସଂଖ୍ୟକ ଲୋକ ଚଢ଼େଇ ମାନଙ୍କ ସହିତ ସେମାନଙ୍କର ସମ୍ପର୍କକୁ ବଢାଇବା ସହିତ ଏହି ନିରିହ ଜୀବମାନଙ୍କୁ ଆଦର କରିବେ ଏବଂ ପାଳନ ପୋଷଣ କରିବେ।

ଚଡ଼େଇର ସୁନ୍ଦର କିଚିରିମିଚିରି ଶବ୍ଦକୁ ହୃଦୟରେ ମନେ ରଖନ୍ତୁ ଏବଂ ବିଶ୍ୱ ଚଡ଼େଇ ଦିବସ ଅବସରରେ ସେମାନଙ୍କୁ ରକ୍ଷା କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଆସନ୍ତୁ ଆମେ ସମନ୍ୱୟରେ କାମ କରିବା ଯାହା ଦ୍ୱାରା ଆମର ପରିବେଶ ଚଡ଼େଇମାନଙ୍କ ରହିବା ପାଇଁ ଏକ ସୁସ୍ଥ ଏବଂ ଖୁସିର ସ୍ଥାନ ହୋଇପାରିବ ବୋଲି ସୌମ୍ୟ ରଞ୍ଜନ ସାହୁ କହିଛନ୍ତି।

Leave A Reply

Your email address will not be published.

five × two =