Trending Now
  • ଖୋର୍ଦ୍ଧା - ଅଷ୍ଟମ ରାଜ୍ୟ ତୈଳିକ ବୈଶ୍ୟ ସାଧବ ସମାଜର ୪୪ ତମ ବାର୍ଷିକ ସମ୍ମିଳନୀ ଗଡମାଣିତ୍ରୀ ର ମା' ରାମଚଣ୍ଡୀଙ୍କ ପୀଠରେ ଅନୁଷ୍ଠିତ ହୋଇଯାଇଛି।
  • ସୁରଟ ରୁ ଫେରିଲା ପ୍ରଫୁଲ୍ଲଙ୍କ ମର ଶରୀର
  • ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ସ୍ଥିତ ରାମ ଚନ୍ଦ୍ର ମର୍ଦ୍ଦରାଜ +୨ ମହାବିଦ୍ୟାଳୟ ର ପ୍ରଥମ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ମଙ୍ଗଳବାର ଦିନ ମହାଡ଼ମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି ।

ଖୋର୍ଦ୍ଧା ସଦର ଥାନା ରେ ଆଇଆଇସି ପାଳନ କଲେ ଆର୍ନ୍ତଜାତୀୟ ମହିଳା ଦିବସ।

ଖୋର୍ଦ୍ଧା LR NEWS (୦୮/୦୩/୨୬)- ଆଜି ବିଶ୍ବ ମହିଳା ଦିବସ ।  ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଅନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଉଛି ।  ମହିଳାଙ୍କ ସାମାଜିକ, ଆର୍ଥିକ, ସାଂସ୍କୃତିକ,  ରାଜନୈତିକ ଏବଂ ଅନ୍ୟ କ୍ଷେତ୍ରରେ ସଫଳତା ଓ ପାରଦର୍ଶିତାକୁ ପାଳନ କରିବା ଏହି ଦିନର ଉଦ୍ଦେଶ୍ୟ ।  ମହିଳାଙ୍କ ପାଇଁ ଅଧିକାର ଓ ସୁଯୋଗର ସମାନତା ନେଇ ଅଧିକରୁ ଅଧିକରୁ ସଚେତନତା ସୃଷ୍ଟି ପାଇଁ ଖୋର୍ଦ୍ଧା ସଦର ଥାନା ଅଧିକାରୀ। ଶ୍ରୀଯୁକ୍ତ ବାସୁଦେବ ଜୟସିଂହ ଥାନାରେ ମହିଳା କର୍ମଚାରି ଓ ଥାନା ଅନ୍ୟମାନଙ୍କୁ ନେଇ ମହିଳା ଦିବସ ପାଳନ କରିଥିଲେ ।  

ମହିଳାମାନେ ଆଜିର ଯୁଗରେ ସବୁ କ୍ଷେତ୍ରରେ ଆଗକୁ ବଢ଼ିଲେଣି  ।   ନାରୀ ଏକ ଶକ୍ତି, ଏକ ସ୍ନେହମୟୀ ହୃଦୟ, ଏକ ସ୍ଵପ୍ନ ସାକାର କରିବାର ଅତୁଟ ସାମର୍ଥ୍ୟ । ସେ ଜୀବନର ନିର୍ମାତ୍ରୀ, ପରିବାରର ଆଧାରସ୍ଥମ୍ଭ, ଏବଂ ସମାଜର ଅଙ୍ଗସ୍ଵରୂପ ।  ନାରୀ ମାତ୍ର ଏକ ସଂଜ୍ଞା ନୁହେଁ, ସେ ହେଉଛି ଆଦର୍ଶ, ଭଲପାଇବା ଏବଂ ସଂଘର୍ଷର ଚିହ୍ନ । ସେ ଏକ ସୁନ୍ଦର ନିମାର୍ଣ୍ୟ, ଯେଉଁଥିରେ ଦୟା, ସହନଶୀଳତା, ଏବଂ ଅସୀମ ଶକ୍ତି ମିଶିଥାଏ ।  

ତଥାପି, ସେ କେବଳ ଘରର ଦୀପ୍ତି ନୁହେଁ ସେ ସମସ୍ତଙ୍କ ପାଇଁ ସାଜେ ଆଲୋକମୟୀ ଧାରା । ନାରୀ ମାନଙ୍କର ସମ୍ମାନ, ସ୍ଵାଧୀନତା ଏବଂ ସମାନ ଅଧିକାର ଏକ ସୁସଂଘଠିତ ଏବଂ ସୁନ୍ଦର ଭବିଷ୍ୟତ ଗଠନ କରିପାରେ । ଏହି ଆନ୍ତର୍ଜାତୀୟ ନାରୀ ଦିବସରେ, ଆସନ୍ତୁ ଏହି ଅନନ୍ୟ ଶକ୍ତିକୁ ସ୍ବୀକାର କରିବା, ନାରୀ ମାନଙ୍କ ସମ୍ମାନ ଏବଂ ଅବଦାନକୁ ଉତ୍ସବ ମନାଅ । 

କେବଳ ନାରୀ ପୁରୁଷ ରେ ଭେଦଭାବ ନୁହେଁ ପୁରା ସମାଜ ପାଇଁ ଉଭୟଙ୍କ ଆବଶ୍ୟକତା ନିହାତି ଗୁରୁତ୍ବ ବହନ କରେ , ସମାଜକୁ କେବଳ ମୁଁ ରେ ନୁହେଁ ଆମେ ରେ ଗଢିବା , ପ୍ରତିକ୍ଷେତ୍ରରେ ଅନ୍ୟାୟ ଅତ୍ୟାଚାର କୁ ବିରୋଧ କରିବା  ଆହୁରି ମଧ୍ୟ ଅନେକ ଅନେକ କ୍ଷେତ୍ରରେ ଦେଖାଯାଇଛି ସେମାନେ ପୁରଷଙ୍କୁ ମଧ୍ୟ ପଛରେ ପକାଇଛନ୍ତି । ଚାଷ କାମ ଠାରୁ ଆରମ୍ଭ କରି ମହାକାଶ ଯାତ୍ରା ହେଉ କି କ୍ରୀଡ଼ା, ବିଜ୍ଞାନ ସବୁ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କଲେଣି ମହିଳାମାନେ ।ତେବେ ସେମାନେ କିପରି ଆହୁରି ଆଗକୁ ଆଗକୁ ବଢ଼ିପାରିବେ, ସେ ନେଇ ଆଲୋଚନା ହୋଇଥିଲା ।

Leave A Reply

Your email address will not be published.

eight + seven =