ଗଞ୍ଜାମ, ( LR NEWSଟୁକୁନା ପ୍ରଧାନ, ୨୭.୦୬.୨୦୨୦) – : ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକରେ ଗତ ୩ ଦିନରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ତେବେ ୩ ଜଣ ନୁହେଁ ଉକ୍ତ ବ୍ଲକରେ ଜଣକର କରୋନାରେ ମୃତ୍ୟୁ ହୋଇଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ସ୍ପଷ୍ଟ କରିଛନ୍ତି। କରୋନାରେ ୩ ଜଣଙ୍କ ମୃତ୍ୟୁ ଖବର ମିଛ ବୋଲି ଜିଲ୍ଲାପାଳ ଟ୍ୱିଟ୍ କରି କହିଛନ୍ତି। କେବଳ ଧରାକୋଟ ବ୍ଲକର ଜାହାଡ଼ା ପଞ୍ଚାୟତରେ ଜଣଙ୍କର କରୋନାରେ ମୃତ୍ୟୁ ଘଟିଥିବା କହିଛନ୍ତି ଜିଲ୍ଲପାଳ। ଜାହାଡ଼ା ପଞ୍ଚାୟତରେ ଜଣଙ୍କର ମୃତ୍ୟୁ ଘଟିଛି। ସରପଞ୍ଚ ଜାଣିନାହାନ୍ତି, କରୋନା ମୃତ୍ୟୁମାନେ କଣ । ବିଭାଗୀୟ ସୂତ୍ରରୁ ଯାହା ଘୋଷଣା ହେଉଛି, ତାହା ହିଁ ଠିକ୍। ଅନ୍ୟ ୨ ଜଣଙ୍କ ମୃତ୍ୟୁ ଅନ୍ୟ କିଛି କାରଣରୁ ହୋଇଥାଇପାରେ। ସରପଞ୍ଚମାନଙ୍କୁ ଜଣାଉଛୁ, ସ୍ପଷ୍ଟ ହେଲା ପରେ କିଛି କହନ୍ତୁ। ଏ ନେଇ ସରପଞ୍ଚମାନଙ୍କ ସହ ଆଲୋଚନା କରିବୁ ବୋଲି ଜିଲ୍ଲାପାଳ କହିଛନ୍ତି।