ବାଲୁଗାଁ (LR NEWS ପ୍ରତାପ ମହାରଣା 28।05।2020) -ଆଜି ସକାଳେ ଚେନାଇରୁ ଭଦ୍ରକ ଯାଉଥିବା ଶ୍ରମିକ ସ୍ପେଶାଲ ଟ୍ରେନକୁ ବାଲୁଗାଁ ନିକଟସ୍ଥ ଧୂଆଁଲ ଗ୍ରାମରେ ପ୍ରବାସୀ ଓଡ଼ିଆ ଚେନପୁଲ କରି 50ରୁ ଅଧିକ ଲୋକ ଓଲେହି ବିଲରେ ଏଣେ ତେଣେ ଯିବାର ଗ୍ରାମ ବାସି ଦେଖିବା ପରେ ସେମାନଂକୁ ଅଟକାଇ ପୋଲିସକୁ ଜଣାଇ ଥିଲେ l ପୋଲିସ ତୁରନ୍ତ ସେଠି ପହଂଚି ପ୍ରବାସୀଙ୍କୁ ଏକାଠି ଗୋଟେ ଜାଗାରେ ରଖି ସ୍ଥାନୀୟ ସିଙ୍ଗେଶ୍ୱର ସରପଞ୍ଚକୁ ଅବଗତ କରିଥିଲେ। ସରପଞ୍ଚ ସୁଧାକର ପ୍ରଧାନ ସେମାନଙ୍କୁ ଶୁଖିଲା ଖାଦ୍ୟ ଓ ପାଣିର ବ୍ୟବସ୍ଥା କରିଥିଲେ l କିଛି ପ୍ରବାସୀ ପୋଲିସ ଆସିବା ପୂର୍ବରୁ ସେଠାରୁ ଚାଲି ଯାଇଥିବାର ସ୍ଥାନୀୟ ଲୋକ କହିବା ସହ ସଂକ୍ରମଣ ହେବାର ଭୟ ରହିଛି ବୋଲି କହିଛନ୍ତି lଗଞ୍ଜାମ, ଟାଙ୍ଗି, ବାଣପୁର ଓ ବାଲୁଗାଁ ଅଂଚଳର କିଛି ପ୍ରବାସୀ ଶ୍ରମିକ ଥିଲେ ବୋଲି।ସୂଚନା ମିଳିଛି।ଖଲ୍ଲିକୋଟ ତହସିଲଦାର,ବାଲୁଗାଁ ପୋଲିସ, ଓ ସିଙ୍ଗେଶ୍ୱର ସରପଞ୍ଚ ସୁଧାକର ପ୍ରଧାନଙ୍କ ସହାୟତାରେ ଏକ ବସ ଯୋଗେ ନିଜ ଅଂଚଳକୁ ଯାଇପାରିଲେ।