ଭୁବନେଶ୍ୱର (LR NEWS ୪//୫)କରୋନା ସଚେତନତା :- କରୋନାକୁ ଡ଼ରନ୍ତୁ ନାହିଁ କି କାହାକୁ ଡ଼ରାନ୍ତୁ ନାହିଁ ।ନିଜକୁ ଏବଂ ନିଜ ଘର ଓ ବାହାରକୁ ସ୍ୱଚ୍ଛ ରଖନ୍ତୁ । ଉଛନ ହୋଇ ଜିନିଷ କିଣନ୍ତୁ ନାହିଁ କି ଘରେ ଗଛିତ କରି ରଖନ୍ତୁ ନାହିଁ । ସମସ୍ତଙ୍କୁ ସୁରକ୍ଷିତ ଭାବେ ବଞ୍ଚିବାରେ ସହଯୋଗ କରନ୍ତୁ । ଆଗକୁ କୁତ୍ରିମ ଖାଦ୍ୟାଭାବ ସୃଷ୍ଟି ନକରି ସରକାରଙ୍କୁ ଓ ଜନସାଧାରଣଙ୍କୁ ସହଯୋଗ କରନ୍ତୁ । ଆର୍ଥିକ ମାନ୍ଦା ଅବସ୍ଥାରୁ ନିଜକୁ ଓ ଦେଶକୁ ବଞ୍ଚାଇବା ପାଇଁ ଯେତିକି ଜରୁରୀ ଆବଶ୍ୟକ ସେତିକି ଖର୍ଚ୍ଚ କରନ୍ତୁ । ଏହି ଭାଇରସ ହେଉଛି ଭଗବାନଙ୍କର ଏକ ଅସ୍ତ୍ର । ସଂସାରକୁ ବାଟକୁ ଆଣିବା ପାଇଁ ଏହିଭଳି ଅନେକ ଅସ୍ତ୍ର ଭଗବାନ ବିଭିନ୍ନ ସମୟରେ ପ୍ରୟୋଗ କରିଥାନ୍ତି । ତେଣୁ ନିଜର କି ଅନ୍ୟର କ୍ଷତି କରିବା ନାହିଁ। ସମସ୍ତଙ୍କର ସଂସାରରେ ବଞ୍ଚିବାର ସମାନ ଅଧିକାର ଅଛି; ସେଥିପାଇଁ ସମସ୍ତଙ୍କୁ ସହଯୋଗ କରିବା । ପ୍ରତ୍ୟେକ ସମୟରେ ଧର୍ଯ୍ୟ ଧରିବା। ଘରେ ରୁହନ୍ତୁ ସୁରକ୍ଷିତ ରୁହନ୍ତୁ।