ନୟାଗଡ଼ ଜିଲ୍ଲାରେ ଏବେ କରୋନା ଭାଇରସ କୁ ନେଇ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି ହୋଇଛି।

ନୟାଗଡ଼ ଜିଲ୍ଲା (ଏଲ୍.ଆର୍ ନ୍ୟୁଜ୍ ) ନୟାଗଡ଼ ତା-୧୩.୩.୨୦  :- ସୂଚନାନୁସାରେ, ନୟାଗଡ଼ ଜିଲ୍ଲା ଦୀର୍ଘଦିନ ହେବ ତାମିଲନାଡୁରେ ରହୁଥିବା ଫତେଗଡ଼ ଥାନା ଅନ୍ତର୍ଗତ ବଳଦିଆନୂଆଗାଁରେ ବିରଞ୍ଚି ରାଉତଙ୍କ ପୁଅ ମନୋଜ କୁମାର ରାଉତଙ୍କୁ କରୋନା ସନ୍ଦିଗ୍ଧ ଚିହ୍ନଟ ହୋଇଛନ୍ତି ।

ସେ ତାମିଲନାଡୁରେ ଶ୍ରମିକ ଭାବେ କାମ କରୁଥିଲେ । କିଛି ଦିନ ହେଲା ତାଙ୍କୁ ଜ୍ଵର, ଥଣ୍ଡା, ଖାସ, ଲାଗି ରହିଥିବାରୁ ଓ ଶ୍ୱାସକ୍ରିୟାରେ କଷ୍ଟ ହେଉଥିବାରୁ ସେ ଗାଁକୁ ଆସି ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । କୋୖଣସି କାରଣ ବଶତଃ ସେ ହସ୍ପିଟାଲରୁ ଚାଲି ଆସି ଥିଲେ ମନୋଜ ଖଣ୍ଡପଡା ଓ ଭାପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶରେ ତାଙ୍କୁ ସ୍ଥାନାନ୍ତରଣ କରାଯାଇଛି ,ସେ କରୋନାରେ ଆକ୍ରାନ୍ତ ହୋଇଥିବା ଅଭିଯୋଗ ହୋଇଛି । ସନ୍ଦିଗ୍ଧଙ୍କୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଅନ୍ୟପକ୍ଷରେ ମହାମାରୀ କରୋନା ଭାଇରସ କର୍ଣ୍ଣାଟକାରୁ ପ୍ରଥମ ମୁଣ୍ଡ ନେଇଛି । ମୃତ ବ୍ୟକ୍ତି ହେଉଛନ୍ତି ମହମ୍ମଦ ହୁସେନ୍ ସିଦ୍ଦିକି । ଗତକାଲି ତାଙ୍କର ମୃତ୍ୟୁ ଘଟିଥିଲା । ଆଜି ଏନେଇ ସ୍ପଷ୍ଟ କଲା କର୍ଣ୍ଣାଟକା ସ୍ୱାସ୍ଥ୍ୟ ବିଭାଗ । ମହମ୍ମଦଙ୍କ ରକ୍ତରେ ଉଙଠଓଊ-୧୯ ଭାଇରସ ଥିବା ଜଣାପଡ଼ିଛି । ଭାରତରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଥିବା ବେଳେ ନୟାଗଡ଼ ଜିଲ୍ଲାରେ ଏବେ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଛି ।

Comments (0)
Add Comment