ଆଠଗଡ:(LR News) ବହାହେବାକୁ ଯାଇ ହଟହଟା ।ବରକୁ ଅଧା ବାଟରୁ ଉଠାଇ ଆଣିଲା ପୋଲିସ।ଢେଙ୍କାନାଳ ଜିଲ୍ଲା ତାଳବରକୋଟ ଗ୍ରାମର ରମେଶ ସ୍ବାଇଁଙ୍କ ପୁଅ ପ୍ରକାଶ ସ୍ବାଇଁ ଆଜି ବିବାହ କରିବା ପାଇଁ ଆଠଗଡ ଥାନା ଅନ୍ତର୍ଗତ ସମସରପୁର ଗ୍ରାମର ପ୍ରଫୁଲ୍ଲ ସ୍ବାଇଁଙ୍କ ଝିଅକୁ ଆସୁଥିବା ବେଳେ ୭ ଜଣ ଦୁର୍ବତ୍ତ ଏକ ବୋଲେରୋ ଗାଡିରେ ଆସି ଉଠାଇନେଲେ ବରକୁ ।ଘଟଣା ସମ୍ପର୍କରେ ବର ର ପରିବାର ପକ୍ଷରୁ ଆଠଗଡ ଥାନାରେ ଏତଲା ଦେବାପରେ ପୋଲିସ ଘଟଣାର ତଦନ୍ତ କରିବାରୁ ।ଗତ ୨୦୧୮ ମସିହା ବାଙ୍କୀ ଥାନା ଅନ୍ତର୍ଗତ କଦଳିବାଡି ଗ୍ରାମ ନିକଟ ଇଟାଭାଟି ଠାରେ ଜମିଜମା ସଂକ୍ରାନ୍ତିୟ ଗଣ୍ଡଗୋଳ ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ଦେଢ଼ ବର୍ଷ ତଳର ଘଟଣାରେ ଦୁଇ ଅଭିଯୁକ୍ତ ଗିରଫ ହୋଇ କୋଟ ଫରୱାଡ଼ ହୋଇଥିବା ବେଳେ ଘଟଣାରେ ସଂପୃକ୍ତ ଥିବା ନେଇ ପ୍ରକାଶ ସ୍ବାଇଁ ଫେରାର ଥିବାବେଳେ ଆଜି ପ୍ରକାଶ ବର ବେଶରେ ବର ହୋଇ ବାହା ହେବାକୁ ଯାଉଥିବା ବାଟରୁ ବାଙ୍କୀ ପୋଲିସ ଆଠଗଡ଼ ଅଂଚଳର ସାପୁଆନଦୀ ଠାରୁ ଗିରଫ କରିଛି । ଅଧା ବାଟରୁ ସାଧା ପୋଷାକରେ ଯାଇ ଉଠାଇ ଆଣିଲା ବାଙ୍କୀ ପୋଲିସ ।ଏବେ ଅଧାରେ ରହିଲା ବାହାଘର ।ସେପଟେ ଦୁଇ ହଜାର ଅଠରମସିହାରେ ହୋଇଥିବା କେସ ରେ କେତେକ ଅଭିଯୁକ୍ତ ସାମିଲ ରହିଥିବାବେଳେ ମାତ୍ର ଦୁଇ ଜଣ କୋଟ ଫରୱାଡ଼ ହୋଇ ଜାମିନରେ ଆସିଥିବାବେଳେ ଏହି ବର ପ୍ରକାଶ ସ୍ୱାଇଁ ନାମରେ କେସ ରହିଥିଲା । କେସ ନମ୍ବର 302,307,506,ତଥା34 ସେକ୍ସନରେ ଦୁଇ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଆଜି ଘଟଣାରେ ସଂପୃକ୍ତ ଥିବା ନେଇ ପ୍ରକାଶ ସ୍ୱାଇଁ କୁ ଗିରଫ କରିଛି ପୋଲିସ ।ଅନ୍ୟ ପଟେ ବରକୁ ଖସାଇବା ପାଇଁ ବର ଘର ପକ୍ଷରୁ ଚାଲିଛି ପ୍ରୟାସ ।ଅନ୍ୟପଟେ ଝିଅଘର ପରିବାର ମଙ୍ଗୁଳା କନ୍ଯା କୁ କେମିତି ରଖିବୁ ଘରେ। କରଜ ବାରଜ କରି ବାହାଘର ଠିକ କରିଛୁ ପୋଲିସ ବାହାଘର ପରେ ଥାନାକୁ ନେଉ କିନ୍ତୁ ଜଦି ବାହାଘର ନହୁଏ ତେବେ ସପରିବାର ଆମେ ଥାନାରେ ଆତ୍ମହତ୍ୟା କରିବୁ ବୋଲି ଝିଅର ବାପା ପ୍ରଫୁଲ୍ଲ ସ୍ବାଇଁ ପ୍ରକାଶ କରିଛନ୍ତି।ପୋଲିସ ବିବାହ ପରେ ଗିରଫ କରି ପାରିଥାନ୍ତା ଏମିତି ଅଧାବାଟରୁ ଉଠାଇନେବା ପୋଲିସ ର ଏଭଳି କାର୍ଯ୍ୟ କୁ ସାଧାରଣରେ ନିନ୍ଦା କରାଯାଇଛି ।ଘଟଣା ସଂପର୍କରେ ପୋଲିସ କୁ ପଚାରିବାରୁ ଗଣମାଧ୍ୟମ ସାମ୍ନାରେ କୈଣସି ମନ୍ତବ୍ଯ ଦେବାକଙ ରୋକଠୋକ ମନା କରିଛନ୍ତି।