କବିତା

ଜଗତ ର ନାଥ ବୋଲି ରେ କାଳିଆ
ଜଗନ୍ନାଥ ନାମ ବହିଛୁ ll
ପତିତ ଜନ ଙ୍କୁ ଉଧାରୀବା ପାଈଁ
ପତିତ ପାବନ ବାନା ବାନ୍ଧିଛୁ (1)
ମୟୁର ଚନ୍ଦ୍ରିକା ଚୁଳ ରେ ଖୋସିଲୁ
ମୟୁର ଚୁଳିଆ ତୋ ନାମ ll
ଗୁଞ୍ଜମାଳି ହୃଦେ – ଲମ୍ବାଇ ଆନନ୍ଦେ
ମୋହିଲୁ ନନ୍ଦ ରାଣୀ ମନ (2)
ସର ଲବଣି ତୁ ଚୋରାଇ ଖାଇଲୁ
ଗୋପୀ ଙ୍କ ମନ ମୋହିଲୁ ll
ଗହନ ନସିଥେ କୁଞ୍ଜବନେ ରହି
ରାଧା ନାମେ ବଂଶୀ ବାଇଲୁ (3)
ମୟୁର ଚୁଳିଆ କଦମ୍ବ ମୂଳିଆ
ଚୋରି କଲୁ ଗୋପୀ ବସନ ll
ଚନ୍ଦ୍ରlବଳି କୁଞ୍ଜ ଯାଇଥିଲୁ ବୋଲି
କଲୁ ରାଧା ମାନ ଭଂଜନ(4)
କାମ କରେ ଟେକି ଗିରି ଗୋବର୍ଧନ
ଇନ୍ଦ୍ର ଗର୍ବ କଲୁ ଗଞ୍ଜନ ll
କାଳିଅ ଗଞ୍ଜନ ନାମ କୁ ବହିଛୁ
କାଳିଅ କୁ କରି ଦମନ (5)
କେତେ ଦିନର ବା ଛୁଆ ହୋଇଥିଲୁ
ନାସିଲୁ ପୁତନା ପରାଣ ଲଲ ନନ୍ଦ ରାଣୀ ରୋଷେ ବାନ୍ଧି ଥିଲା ବୋଲି
ଭାଙ୍ଗିଲୁ ଜlମଳା ଅର୍ଜୁନ (6)
ଅକ୍ରୁର ଯେ ବେଳେ ଗୋପ କୁ ଆସିଲା
ନେବା ପାଈଁ ଦୁଇ ଭାଇ ll
ଗୋ ଗୋଷ୍ଠି ରେ ଥାଇ ଚତୁର୍ଦ୍ଧା ମୂରତି
ହୋଇଥିଲୁ ଭକ୍ତ ପାଈଁ (7)
ଗୋପେ କେତେ ଲୀଳା କରି ରେ କାଳିଆ
ବୃନ୍ଦାବନେ ରାସ ରଚିଲୁ ll
ଏବେ ଶ୍ରୀ ମନ୍ଦିରେ ଅଭିନବ ବେଶେ
ଭକ୍ତ ଜନ ମନ ମୋହିଲୁ (8)
କି ଦେଇ ପୂଜିବି ଚରଣ ତୋହର
କି ଅବା ଦେଇଚୁ ମତେ ll
ଶୟନେ, ସ୍ୱପନେ ତୋ ରୂପ ଧ୍ୟାଇବି
ଭଜୁ ଥିବି ହୃଦ ଗତେ (9)

                   -×-

                 ତେଜସ୍ବୀନି ମହାନ୍ତି
                 ଦଧି ମାଛ ଗାଡ଼ିଆ 
                 7894356608
Comments (0)
Add Comment