ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ଗ୍ରାମ ମୁଖ୍ୟ ରାସ୍ତା ସାହିର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି ।

ଗଞ୍ଜାମ, (LR News, , ୨୯.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ଫାଣ୍ଡି ଅନ୍ତର୍ଗତ ସଣ୍ଡମୂଳ ଗ୍ରାମ ମୁଖ୍ୟ ରାସ୍ତା ସାହିର ଜୈନକ ବ୍ୟକ୍ତି ଙ୍କ ନାବାଳିକା ଝିଅ ର ବିବାହ ପୂର୍ବରୁ ପ୍ରଶାସନ ବନ୍ଧ୍ କରିଥିବା ଜଣାପଡିଛି । ପ୍ରାପ୍ତ ସୂଚନା ରୁ ପ୍ରକାଶ ଯେ ଉକ୍ତ ଗ୍ରାମ ର ଜଣେ ନାବାଳିକା ଝିଅ ଟିକି (ଛଦ୍ମନାମ ୧୪ ) ସଣ୍ଡମୂଳ ସ୍ଥିତ ଉନ୍ନିତ ଉଚ୍ଚ ବିଦ୍ୟାଳୟ ର ସପ୍ତମ ଶ୍ରେଣୀର ଛାତ୍ରୀ ଅଟେ । ତାହାର ବାହାଘର ସେହିଗ୍ରାମର ନୂଆଗୁଳ ସାହିର ଜୈନକ ଯୁବକ ସହିତ ଠିକ୍ ହୋଇଥିଲ। ଆସନ୍ତା ୨ ତାରିଖ ରେ ତାହାର ବିବାହ ହୋଇଥାନ୍ତା । ଏଥି ନିମନ୍ତେ ଭୋଜିଭାତ ନିମନ୍ତେ ବନ୍ଧୁ ବାନ୍ଧବ ଙ୍କୁ ନିମନ୍ତ୍ରଣ ପତ୍ର ବଣ୍ଟା ସରିଥିଲା । କିନ୍ତୁ କୌଣସି ସୂତ୍ର ରୁ ଖବର ପାଇ ସି ଡି ପିଓ ସନ୍ଧ୍ୟାରାଣୀ ପାଣିଗ୍ରାହୀ , ଚାଇଲ୍ଡ ହେଲ୍ପଲାଇନ ବ୍ରହ୍ମପୁର ସାଇ ପ୍ରସାଦ ସାମଲ, ସି ଆର୍ ସି ସି ରବୀନ୍ଦ୍ର ନାଥ ମହାରଣା, ବେଗୁନିଆପଡ଼ା ଫାଣ୍ଡି ପୋଲିସ ତରଫରୁ ସୁଶାନ୍ତ କୁମାର ନାହକ ପ୍ରମୂଖ, ଉକ୍ତ ନାବାଳିକା ଘରେ ପହଂଚି ବୟସ ହୋଇନାହିଁ ବୋଲି କହି ବିବାହ ବନ୍ଦ କରିବା ପାଇଁ କହିବା ସହ ଝିଅର ବାପାଙ୍କ ଠାରୁ ଏକ ଚୁକ୍ତିନାମା ପତ୍ର ଦସ୍ତଖତ କରି ନେଇଛନ୍ତି l ସେପଟେ ବର ପକ୍ଷରୁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଏହି ଘଟଣା ପରେ ସମସ୍ତେ ଚିନ୍ତାଗ୍ରସ୍ତ ହେବା ସହ ଝିଅ କୁ ବୟସ ହୋଇସାରିବା ପରେ ସେ ସେଇଠାରେ ହିଁ ବିବାହ କରିବା ପାଇଁ ସ୍ଥିର ହୋଇଛି l

Comments (0)
Add Comment