ମା ମହାମୟୀ ଙ୍କ ଯାତ୍ରା ପାଇଁ ଶୁଭ ଖୁଣ୍ଟି ସ୍ଥାପିତ ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ) – : କବିସୂର୍ଯ୍ୟ ନଗର ରେ ପ୍ରତେକ୍ଷ ଦେବୀ ମା ମହାମୟୀ ଙ୍କ ଯାତ୍ରା ପାଇଁ ଆଜି ଶୁଭ ଖୁଣ୍ଟି ଅଣାଯାଇଛି ।ଦୀର୍ଘ ୧୨ ବର୍ଷ ରେ ଥରେ ହେଉଥିବା ଯାତ୍ରା ପାଇଁ ବୃନ୍ଦାବନ ଚନ୍ଦ୍ର ପୁର ଶାସନ କାଳିଚରଣ ଦାଶ ଙ୍କ ବାରିପଟରେ ଥିବା କ୍ଷୀର କୋଳି ଗଛ ଯାହାକି ଦୀର୍ଘ ୧୨ ବର୍ଷ ଧରି ସେହି ଗଛରେ କେବେ ବି କୌଣସି ପକ୍ଷୀ କୀଟ ପତଙ୍ଗ ଏହି ଗଛରେ ବସନ୍ତି ନାହିଁ ଏହା ଏକ ବିସ୍ମିତ ଗଛ ,ସେହି ଗଛ ନିକଟରେ ପୂଜା ଅର୍ଚ୍ଚନା କରାଯାଇଥାଏ ।ସେହି ଗଛ ନିକଟରେ ମା ଙ୍କ ବିଧିବିଧାନ ରୀତିନୀତି ଅନୁଯାୟୀ ପୂଜା ଅର୍ଚ୍ଚନା କରାଯାଇ ସେହି ଗଛରୁ ଗୋଟିଏ ଲମ୍ବା ଗଣ୍ଡି କଟା ଯାଇ ପ୍ରଥମେ ମା ମହାମୟୀ ଙ୍କ ମନ୍ଦିର ଓ ପରେ ସହର ସାରା ବିଭିନ୍ନ ପଟୁଆର, ଶଙ୍ଖ ବାଦ୍ୟ, ଘଣ୍ଟ ବାଜା ଦ୍ଵାରା ପରିକ୍ରମା କରାଇ ଶେଷରେ ଦେଶିବେହେରା ସାହି ଠାରେ ମା ମହାମୟୀ ଅସ୍ଥାୟୀ ଘର ନିକଟରେ ଶୁଭ ଖୁଣ୍ଟି ସ୍ଥାପନ କରାଯାଇଛି।ଯାତ୍ରା ଅପ୍ରେଲ ୨୮ ତାରିଖ ରୁ ଆରମ୍ବ ହୋଇ ଜୁନ୧ ତାରିଖରେ ଶେଷ ହେବାର ଧାର୍ଯ୍ୟ ହୋଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ, ମହାମୟୀ କମିତି ସଭାପତି ଵିଜୟ କୁମାର କଂହର,ପୂର୍ବତନ ଏ ନ ଏସି ଅଧ୍ୟକ୍ଷ ମନୋରଞ୍ଜନ ମହାପାତ୍ର, କୁମୁଦ ଚନ୍ଦ୍ର ସାହୁ, ଜି ଶମ୍ଭୁଲିଙ୍ଗମ ଆଚାରୀ, ରସଲ ଦାସ, ପ୍ରସନ୍ନ ନାୟକ ଓ ସବୁ ବାଡ଼ର ସଦସ୍ୟ ମାନେ ଉପସ୍ଥିତ ଥିଲେ ।