ମହିଳାଙ୍କ ମୃତଦେହ ଆଜି ସକାଳୁ ନିଜ ଘର ସମ୍ମୁଖ ବିଲହୁଡାରୁ ଉଦ୍ଧାର କରାଯାଇଛି।

ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୬.୦୨.୨୦୨୦) ଗଞ୍ଜାମ ଜିଲ୍ଲା ପାଟପୁର ଥାନା ପଳାସପୁର ଗ୍ରାମରୁ ଦୀର୍ଘ ୯ ଦିନ ଧରି ନିଖୋଜ ଥିବା ମହିଳାଙ୍କ ମୃତଦେହ ଆଜି ସକାଳୁ ନିଜ ଘର ସମ୍ମୁଖ ବିଲହୁଡାରୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି । ମୃତ ମହିଳା ଜଣଙ୍କ ହେଲେ ପଳାସପୁର ଗ୍ରାମର ଅମୂଲ୍ୟ ସାହୁଙ୍କ ପତ୍ନୀ ନମିତା ସାହୁ (୪୬) ବୋଲି ସୂଚନା ମିଳିଛି। ସୂଚନା ଅନୁଯାୟୀ , ମହିଳା ଜଣଙ୍କ ଗତ ଫେବୃଆରୀ ୧୮ ତାରିଖ ମଙ୍ଗଳବାର ଦିନ ସକାଳ ୫ ଟାରୁ ନିଖୋଜ ରହିଥିବା ବେଳେ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମହିଳା ଜଣକ କୈାଣସି ସନ୍ଧାନ ମିଳି ନଥିଲା । ଆଜି ସକାଳେ ପରିବାର ଲୋକ ଓ ସ୍ଥାନୀୟ ଲୋକମାନେ ମହିଳାଙ୍କ ଗଳିତ ଶବ ଦେଖି ପାଟପୁର ଥାନାକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ ଘଟଣା ଜଣାପଡିବ ବୋଲି ଥାନା ଅଧିକାରୀ ଅଜୟ ବାରିକ କହିଛନ୍ତି ।

Comments (0)
Add Comment