ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୫.୦୨.୨୦୨୦) – : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ପରିସରରେ ସ୍ଵଚ୍ଛ ଭାରତ ମିଶନ ଆନୁକୁଲ୍ୟରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବେଗୁନିଆପଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବେଦବର ପ୍ରଧାନ, ଜଳ ଓ ପରିମଳ କନିଷ୍ଠ ଯନ୍ତ୍ରୀ ଶ୍ରୀମତି ମମତା ପଣ୍ଡା ଯୋଗ ଦେଇ ଏହି କାର୍ଯ୍ୟକ୍ରମ ର ଆଭିମୁଖ୍ୟ ଉପରେ ସୂଚନା ଦେଇଥିବା ବେଳେ ଜଳ ଓ ପରିମଳ ମିଶନ ତରଫରୁ ରାଜ୍ଯ ତାଲିମ୍ ଦାତା ଅଶ୍ଵିନି ପଟ୍ଟନାୟକ, ମିସନ୍ ସଂଯୋଜକ ମହେଶ ତରାଇ, ରଞ୍ଜିତ ପରିଡା ପ୍ରମୁଖ ଯୋଗଦେଇ କଠିନ ବର୍ଜ୍ୟବସ୍ତୁ ପରିଚାଳନା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଏଥିରେ ସମସ୍ତ ପଞ୍ଚାୟତ ର ସରପଞ୍ଚ, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜି ପି ମନିଟର,, ଏମ୍ ବି କେ ମାନେ ଉପସ୍ଥିତ ଥିଲେ ।