ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୨୪.୦୨.୨୦୨୦) – : ଗତକାଲି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବିଷ୍ଣୁ ଚକ୍ର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ମାତୃ ଭକ୍ତ ଲକ୍ଷ୍ମି ଚରଣ ଦାସ, ମୁଖ୍ୟବକ୍ତାଭାବେ ବରିଷ୍ଠ ମାତୃ ଭକ୍ତ ଉନ୍ମା ସୀମାଞ୍ଚଳ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ମାତୃ ଭକ୍ତ ରଘୁନାଥ ପଣ୍ଡା, ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ପଟ୍ଟନାୟକ, ବାଲିପଦର ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଅଧ୍ୟକ୍ଷ ରତ୍ନାକର ମହାରଣା ପ୍ରମୂଖ ଯୋଗ ଦେଇ ଶ୍ରୀ ମା ଙ୍କ ଭାବଧାରା ଏବଂ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ମହତ୍ତ୍ଵ ବିଷୟରେ ଆଲୋଚନା କରିଥିଲେ । ଶିକ୍ଷାକେନ୍ଦ୍ରର ସମ୍ପାଦକ କାଳୁ ଚରଣ ସେଠୀ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ ସଭା ପରିଚାଳନା କରିଥିଲେ । ଏଥିରେ ବହୁ ଅଭିଭାବକ, ଛାତ୍ରଛାତ୍ରୀ ମାନେ ଯୋଗଦେଇଥିଲେ । ଶିକ୍ଷାକେନ୍ଦ୍ର ର ସମସ୍ତ ଅପା, ଭାଇ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଶେଷ ରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ।