ଭାରତ ବର୍ଷର ଐତିହ୍ୟ ଶେଷ ସ୍ୱାଧୀନ ଦୁର୍ଗ ନାମରେ ପରିଚିତ ଖୋର୍ଦ୍ଧାଗଡ଼ ଏହା ଭାରତ ବର୍ଷର ଏକ ଭିନ୍ନ, ଐତିହ୍ୟ କିର୍ତ୍ତୀ ଓ କିମ୍ବଦନ୍ତୀ ଇତିହାସର ସ୍ୱର୍ଣ୍ଣପୃÂାରେ ଲିପିବଦ୍ଧ । ଖୋର୍ଦ୍ଧାଗଡ଼, କଟକଲୀଳାକ୍ଷେତ୍ର ଦୀର୍ଘବର୍ଷ ଧରି ଏହି ପବିତ୍ର ମାଟିରେ ପୂଜା ପାଇ ଆସୁଥିବା ଶ୍ରୀ ଶ୍ରୀ କୁଞ୍ଜବିହାରୀ ଦେବ, ଶ୍ରୀ ଶ୍ରୀ ଗୋବିନ୍ଦ ଦେବ ଜୀଉ, ଶ୍ରୀ ଶ୍ରୀ ମଦନ ମୋହନ ଜୀଉ, ଶ୍ରୀ ଶ୍ରୀ ରଘୁନାଥ ଦେବ (ରାମଚନ୍ଦ୍ର) ଏବଂ ନୀଳକଣ୍ଠ ତନ୍ମଧ୍ୟରେ ପୂଜା ପାଉଥିବା ପାତାଳଲିଙ୍ଗ ରାଜ ରାଜେଶ୍ୱର ଶ୍ରୀ ଶ୍ରୀ କପିଳେଶ୍ୱର ଦେବ ଅନ୍ୟତମ । ଅଗନା ଅଗନୀ ବନସ୍ତ ବରୁଣାଇ କରୁଣାଇଙ୍କ ୭ଟି ପାହାଡ଼ ପାଦଦେଶରେ ପ୍ରଭୁ କପିଳେଶ୍ୱର ଦେବ ପୂଜା ପାଉଛନ୍ତି ନିକଟସ୍ଥ ଥିବା ବକ୍ସି ପୁଷ୍କରିଣୀ ତଟରେ । ଏହି କପିଳେଶ୍ୱର ଦେବଙ୍କମନ୍ଦିର ଦୀର୍ଘ ରାମଚନ୍ଦ୍ର ଦେବଙ୍କ ସମୟରେ ଆବିର୍ଭୁତ ହୋଇଥିଲେ । ଏହାରି ଭିତରେ ଅନେକ ଗଛଲତା ଥିଲେ ମଧ୍ୟ ଅନେକ ବିଷଧର ସର୍ପ ଏବଂ ଜଙ୍ଗଲର ଅନେକ ଜୀବଜନ୍ତୁଙ୍କ ମଧ୍ୟରେ ତାହାଙ୍କର ଆବିର୍ଭାବ । ଅତୀତରେ ପୂଜା ପାଉଥିବା ଏହି କପିଳେଶ୍ୱର ଦେବ ଖୋର୍ଦ୍ଧା ଗଡ଼ର ପୂଜକ ସ୍ୱର୍ଗତଃ ଦିଗମ୍ବର ମହାପାତ୍ର, ୰ବେଣୁଧର ମହାପାତ୍ର ଏବଂ ଭ୍ରମରବର ମହାପାତ୍ରଙ୍କ ଆରାଧ୍ୟ ଭାବେ ପୂଜାପାଇ ଆସୁଥିଲେ । ଏମାନଙ୍କ ଦେହାବସାନ ଘଟିବା ପରେ ତାଙ୍କ ପୁତ୍ର ମାନଙ୍କ ଦ୍ୱାରା ଏବେ ପୂଜା ପାଉଛନ୍ତି । ପୂଜକ ପ୍ରସନ୍ନ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ସମସ୍ତ ଗଛଲତାକୁ କଟାଯାଇ ଅବହେଳିତ ଅବସ୍ଥାରେ ଥିବା ପାତାଳଲିଙ୍ଗ ରାଜରାଜେଶ୍ୱର ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ମନ୍ଦିର ଏବେ କିଛି ମାତ୍ରାରେ ମନ୍ଦିରର ପୁନଃ ନିର୍ମାଣ ଏବଂ ସେହି ବାସସ୍ଥାନର ସୁନ୍ଦର ସରସ କରି ଗଢ଼ି ତୋଳିବା ପାଇଁ ପଦକ୍ଷେପ ନେଇଥିଲେ ମଧ୍ୟ କୋ÷ଣସି ସରକାରୀ ସହାୟତା ନମିଳିଥିବା ହେତୁ ନିଜର ସ୍ୱଳ୍ପ ସଂଚୟ ଅର୍ଥ ଏବଂ ପୂଜା କରୁଥିବା ଭକ୍ତମାନଙ୍କର ସାହାଯ୍ୟରେ ଏହି ଅନୁÂାନ ପୂର୍ବାପେକ୍ଷା ଏବେ କିଛି ମାତ୍ରାରେ ପରିବର୍ତ୍ତନ ଘଟିଛି । ପୂଜକ ପ୍ରସନ୍ନ କୁମାର ମହାପାତ୍ର ତଥା ମାର୍ଫତଦାର ରୂପେ ଏହି ତତ୍ତ୍ୱାବଧାନରେ ମନ୍ଦିର କିଭଳି ଭାବରେ ଉନ୍ନତ ଧରଣର ହୋଇ ଗଢ଼ି ତୋଳାଯିବ , ପଦକ୍ଷେପ ନେଇଥିଲେ ମଧ୍ୟ ଏହା ଅର୍ଥାଭାବରୁ କାର୍ଯ୍ୟକାରୀ ହୋଇପାରୁନାହିଁ । ଏଣୁ କୋ÷ଣସି ଭକ୍ତ / ସରକାରୀ ସ୍ତରରେ ଯଦି କିଛି ସାହାଯ୍ୟ କରିବା ଉଦେ୍ଧଶ୍ୟରେ ପଦକ୍ଷେପ କରାଯାଇ ପାରନ୍ତା , ତେବେ ଅବହେଳିତ ଅବସ୍ଥାରେ ଥିବା ପାତାଳଲିଙ୍ଗ ରାଜରାଜେଶ୍ୱର ଶ୍ରୀ ଶ୍ରୀ କପିଳେଶ୍ୱର ଦେବଙ୍କ ମନ୍ଦିର ସରସ ସୁନ୍ଦର ହୋଇ ପାରିବ । ପ୍ରସନ୍ନ ମହାପାତ୍ର