ଗତ କିଛିଦିନ ତଳେ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆମେରିକା ଗସ୍ତ କାଳରେ ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆମେରିକାରେ ଭଵ୍ୟ ଆୟୋଜନ ର ପ୍ରତିଫଳନ ସ୍ୱରୂପ ଆଜି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାରତ ଗସ୍ତ ନିମନ୍ତେ ଭାରତ ପକ୍ଷରୁ ଭଵ୍ୟ ଆୟୋଜନ କରାଯାଇଛି। ଟ୍ରମ୍ପ ତାଙ୍କର ଦୁଇ ଦିନିଆ ଭାରତ ଗସ୍ତ ସମୟରେ ସେ ପ୍ରଥମେ ଜାତିର ପିତା ଙ୍କ ଜନ୍ମଭୂମି ଗୁଜୁରାଟ ର ଅହମ୍ମଦାବାଦ ରୁ ତାଙ୍କ ଯାତ୍ରାର ଶୂଭାରମ୍ଭ କରିଵେ। ଟ୍ରମ୍ପଙ୍କ ସହିତ ପ୍ରଧାନମନ୍ତ୍ରୀ ମୋଦି ଏହି ସତୀ ର୍ଥ ଭାରତ ମାଟିରେ ୨୨ କିଲୋମିଟର ପଥ ପ୍ରଦର୍ଶନ କରିବେ। ତାଙ୍କ ସହିତ ତାଙ୍କ ପତ୍ନୀ ମେଲାନିଶା ମଧ୍ୟ ସାମିଲ ହୋଇଛନ୍ତି। ଟ୍ରମ୍ପଙ୍କ ଏହି ଗସ୍ତ ସମୟରେ ଅହମ୍ମଦାବାଦ ରେ ମାତ୍ର ତିନି ଘଣ୍ଟାର ରହଣି ପାଇଁ ସରକାରୀ ରାଜକୋଷରୁ ୧୨୦ କୋଟି ଟଙ୍କା ଖ ଖର୍ଚ୍ଚ ର ଆକଳନ କରାଯାଇଛି ଯାହାକି ଭାରତୀୟ ଜନସଂଖ୍ୟାର . ୮୮ ପ୍ରତିଶତ। ପତ୍ନୀ ଲୋନିଆ ଓ ଟ୍ରମ୍ପଙ୍କ ସାଜସଜ୍ଜା ଓ ଭଵ୍ୟ ସମ୍ବର୍ଦ୍ଧନା ପାଇଁ ଗୋଟିଏ ମିନିଟ ରେ ଦେଢ଼ କୋଟି ଟଙ୍କାର ଖର୍ଚ୍ଚ ହେଉଛି। ଆମେରିକା ଓ ଭାରତ ମଧ୍ୟରେ ସମ୍ପର୍କର ସେତୁ ପ୍ରତିଷ୍ଠା ସହିତ ପରସ୍ପର ଵନ୍ଧୁତା ଉପରେ ଅଧିକ ଗରୁତ୍ୱ ଦିଆଯାଉଛି କିନ୍ତୁ ଅନ୍ତରାଷ୍ଟ୍ରୀୟ କୁଟନୀତି ମଧ୍ୟରେ ଵୁଝାମଣାକୁ ଗୌଣ କରାଯିବା ସହ ସେତେଟା ଗୁରୁତ୍ୱ ଦିଆଯାଉନି ଯାହା ଭଵିଷ୍ୟତ ପାଇଁ ଶୁଭଙ୍କର ନୁହେଁ। ଭାରତ ଓ ଆମେରିକା ମଧ୍ୟରେ ଵାଣି ଜ୍ୟେକ ଚୁକ୍ତି ହେଵାକୁ ନେଇ ସେପରି ଶୂଭସୂଚନା ଦେଖା ଯାଉନାହିଁ। ଯଦି ଏହି ବ୍ୟବସାୟୀ କ ଚୁକ୍ତି ଫଳପ୍ରଦ ହୁଅନ୍ତା ତେଵେ ଭାରତକୁ ଅନେକ ଫାଇଦା ମିଳିବା ସହ ଭାରତର ଅଧିକ ସାମଗ୍ରୀ ଆମେରିକା କୁ ରପ୍ତାନି ହେବାସହ ଉଭୟ ଦେଶ ପରସ୍ପର ସାମଗ୍ରୀ ଉପରେ କର ପରିମାଣ କୁ କମ କରାଯାଇ ପାରନ୍ତା। ଭାରତର ଆର୍ଥିକ ଅଭିବୃଦ୍ଧି ହେବାସହ ଭାରତର ସୂଚନା, ପ୍ରଯୁକ୍ତି ବିଦ୍ୟା ତଥା କୃଷି କ୍ଷେତ୍ରରେ ଅଧିକ ଫାଇଦା ମିଳିପାରନ୍ତ। ମାତ୍ର ଆମେରିକା ସରକାର ଙ୍କ ଫାଷ୍ଟ ପଲିସ ଯୋଗୁଁ ଏହି ଚୁକ୍ତି ନେଇ ଚୂଡ଼ାନ୍ତ ନିଷ୍ପତ୍ତି ହୋଇନପାରି ଅଟକି ରହିଛି, କାରଣ ଆମେରିକା ତାର ଏହି ଚୁକ୍ତି ମାଧ୍ୟମରେ ଏପରି ନୀତି ଆପଣେଇଛି ଯାହା ଫଳରେ ଭାରତକୁ କମ ଫାଇଦା ମିଳିବ ଵୋଲି ଅର୍ଥନୈତିକ ବିଶାରଦ ମାନଙ୍କ ମତ୍ତ। ତେବେ ଦେଖାଯାଉ ପ୍ରଧାନମନ୍ତ୍ରୀ କିପ୍ରକାର ଆଶା ଓ ଆକଳନ ରଖି ଏପ୍ରକାର ଆଡ଼ମ୍ବର ଆପଣେଇବା ସହ ଭାରତର ରାଜକୋଷରୁ ବିପୁଳ ଅର୍ଥ ଵ୍ୟୟ କରୁଛନ୍ତି। ଟ୍ରମ୍ପଙ୍କ ଏହି ସ୍ୱ।ଗତ ପର୍ଵ ଭାରତ ପାଇଁ ଫଳପ୍ରଦ ହେବ ନା କେଵଳ ଅପଚୟ ରେ ପରିଣତ ହେବ ଯାହା ସମୟ କହିବ।
ଉମା ଶଙ୍କର ପ୍ରସାଦ
ସ୍ତମ୍ବକାର ତଥା ସାମ୍ବାଦିକ
ଖୋର୍ଦ୍ଧା।