ଗଞ୍ଜାମ, (LR News, ଟୁକୁନା ପ୍ରଧାନ, ୧୯.୦୨.୨୦୨୦) – : ଆଜି ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମିରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ସାର୍କ ମାଛ ପଡ଼ିଥିବାବେଳେ ଏହାକୁ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା ମାଛଟିକୁ ଜୀବିତ ଅବସ୍ଥାରେ କୂଳକୁ ଅଣାଯାଇଥିବାବେଳେ ତାକୁ ପୁଣି ମତ୍ସ୍ୟଜିବୀମାନେ ସମୁଦ୍ର ଭିତରକୁ ଛାଡ଼ିଦେଇଥିଲେ । ଆଜି ସକାଳେ ସମୁଦ୍ର ଭିତରକୁ ମାଛ ଧରିବାକୁ ଯାଇଥିବା ମତ୍ସ୍ୟଜୀବୀମାନେ କୂଳକୁ ଫେରିବା ପରେ ସେମାନଙ୍କ ଜାଲରେ ଏହି ବିଶାଳକାୟ ଜୀବିତ ସାର୍କଟିକୁ ଦେଖିବାକୁ ପାଇଥିଲେ।