ଭୁବନେଶ୍ୱର ୧୯/୨(LR News)- ମେଣ୍ଢାଶାଳ ପୋଷ୍ଟ ଅଫିସ ର ପୋଷ୍ଟ ମାଷ୍ଟର ଶ୍ରୀଯୁକ୍ତ ହରିହର ସାମନ୍ତରାୟ ଆଜି ଅବସର ଗ୍ରହଣ କରିଛନ୍ତି। ସେ ୨୨/୨/୧୯୮୪ମସିହାରେ ଚାକିରୀ ରେ ଯୋଗଦାନ କରି ଦୀର୍ଘ ୩୬ବର୍ଷ ଲୋକଙ୍କର ସେବାକରିଥିଲେ। ଆଜି ଯାଆଁଳା ଉପଖଣ୍ଡ ଅନ୍ତରର୍ଗତ ପଲା ସପୂର୍, ଗଙ୍ଗପଡା,ରେତଙ୍ଗ, ଛତାବର, ଅଙ୍ଗାର ପଡା,ପାଇକରାପୂର୍, କାଇମାଟିଆ,ଆଦିର ପୋଷ୍ଟ ମାଷ୍ଟର ଉପସ୍ଥିତ ରହିବା ସହିତ ୨ଜଣ ଓଭରସୀୟର ଓ ସବ୍ ପୋଷ୍ଟ ମାଷ୍ଟର ହରିହର ସାମନ୍ତରାୟଙ୍କ ବିଦାୟ କାଳୀନ ସଭାରେ ଭୂରୀ ଭୁରୀ ପ୍ରସଂଶା କରିବା ସହିତ ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କଲେ ଲୋକଙ୍କର ଅତି ନିକଟତର ଭାରତୀୟ ଡାକସେବା ହୋଇ ପାରିବ।