ବୁଗୁଡା ୧୭/୦୨ଡ଼ଃ କୁମୁଦ ଚନ୍ଦ୍ର ବେହେରା — ବୁଗୁଡା ବ୍ଲକ ଅନ୍ତର୍ଗତ ୧୦ ଟି ବୋର୍ଡ ପରୀକ୍ଷା କେନ୍ଦ୍ର ପାଇଁ ବୁଗୁଡା ଗୋଷ୍ଠୀ ଶିକ୍ଷା ଅଧିକାରୀ ରସାନନ୍ଦ କର କାର୍ଯ୍ୟାଳୟ ପତ୍ର ଦ୍ୱାରା ତତ୍ତ୍ୱାବଧାୟକ,ଉପ ତତ୍ତ୍ୱାବଧାୟକ ଓ ପରୀକ୍ଷା ନିରୀକ୍ଷକ ବୃନ୍ଦଙ୍କୁ ନିଯୁକ୍ତି ପ୍ରଦାନ କରିଥିବା ଜଣାପଡିଛି। ତତ୍ତ୍ୱାବଧାୟକ, ଉପ ତତ୍ତ୍ୱାବଧାୟକ ଓ ପରୀକ୍ଷା ନିରୀକ୍ଷକମାନଙ୍କୁ ମିଶାଇ ବି.କରଡ଼ାବାଡି କେନ୍ଦ୍ରରେ ୧୬ ଜଣ, ବାଲିପଦର କେନ୍ଦ୍ରରେ ୨୪ ଜଣ, ପୋଚାଲୁଣ୍ଡି କେନ୍ଦ୍ରରେ ୧୪ ଜଣ,ବୁଗୁଡା ପିପୁଲସ ହାଇ ସ୍କୁଲ କେନ୍ଦ୍ରରେ ୩୪ ଜଣ,ବୁଗୁଡା ବିରଞ୍ଚିନାରାୟଣ ବାଳିକା ଉଚ୍ଚ ବିଦ୍ୟାଳୟ କେନ୍ଦ୍ରରର ୧୫ ଜଣ, ବୁଗୁଡା ବୁଦ୍ଧଗିରି ବିଦ୍ୟାପୀଠ କେନ୍ଦ୍ରରେ ୧୬ ଜଣ,ମାଣିତରା କେନ୍ଦ୍ରରେ ୧୩ ଜଣ,ପଙ୍କଳବାଡି କେନ୍ଦ୍ରରେ ୧୫ ଜଣ, ତାଳସାକର କେନ୍ଦ୍ରରେ ୨୧ ଜଣ, ଓ କରଚୁଲି କେନ୍ଦ୍ରରେ ୧୧ ଜଣ,ଏହିପରି ମୋଟ ୧୭୯ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା କର୍ମଚାରୀ ବୃନ୍ଦ ଫେବୃୟାରୀ ୧୭ ତାରିଖ ଅପରାହ୍ନରେ ନିଜ ନିଜ ସ୍କୁଲରୁ ରିଲିଭି ହୋଇ ୧୮ ତାରିଖ ସକାଳ ୮.୩୦ ରେ ପରୀକ୍ଷା କେନ୍ଦ୍ରରେ ଯୋଗଦେବେ। ଯେଉଁ ଦିନ ପରୀକ୍ଷା ନାହିଁ ସେହି ଦିନ ନିଜର ସ୍କୁଲରେ ଶିକ୍ଷାଦାନ କରିବେ। ବୁଗୁଡା ପିପୁଲସ ହାଇ ସ୍କୁଲକୁ ହବ ଓ ନୋଡାଲ ସେଣ୍ଟର ଭାବେ ଧାର୍ଯ୍ୟ କରାଯାଇଛି।