ଖୋର୍ଦ୍ଧା,୧।୯(LR NEWS):ଓଡିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ, ପୁରୀ ଆନୁକୂଲ୍ଯ ରେ ବିଶ୍ବହିନ୍ଦୁ ପରିଷଦ, ଖୋର୍ଦ୍ଧା ସହଯୋଗ ରେ ଶ୍ରୀ ଜଗନ୍ନାଥଙ୍କ ୩୨ ବେଶ ମହୋତ୍ସବ ଶ୍ରୀ ଜଗନ୍ନାଥ ଭଜନ ସମାରୋହ ସହ ମହାପ୍ରଭୁଙ୍କ କଥାମୃତ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।
ସ୍ଥାନୀୟ ହାବେଳି ପଡିଆ ରେ ଆୟୋଜିତ ଏହି ମହୋତ୍ସବ ଆଗାମୀ ସପ୍ତାହ ବ୍ଯାପୀ ଚାଲିବ। ସନ୍ଥ ବିଶ୍ବମ୍ବର ଦାସ ମହାରାଜ ଏହି ମହୋତ୍ସବ ଉଦଘାଟନ କରିଥିଲେ। ପ୍ରେମାନନ୍ଦ ଦାସ ମହାରାଜ, ପରମେଶ୍ଵର ଦାସ ମହାରାଜ, ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ଶକ୍ତି ଶଙ୍କର ମିଶ୍ର, ଭିଏଚପି ଭୁବନେଶ୍ୱର ମହାନଗର ସଭାପତି ପ୍ରଦୀପ ମହାନ୍ତି, ଜିଲା କୋଷାଧ୍ୟକ୍ଷ ଅଭିମନ୍ୟୁ ଘଟୁଆଳ, ମାତୃଶକ୍ତିର ସଂଯୋଜିକା ସ୍ମିତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ମହାପ୍ରଭୁଙ୍କ ଦିବ୍ଯ ଲୀଳା, ୩୨ ବେଶ ସମ୍ପର୍କ ରେ କହିଥିଲେ।
ଉତ୍କଳୀୟ ସଂସ୍କୃତି ପରମ୍ପରା ର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥ । ଭାବ ର ଠାକୁର, ଭାବ ବିନୋଦିଆ କାଳିଆ ସାଆନ୍ତ ହେଉଛି ଭକ୍ତ ର ଭଗବାନ। ପୁରୁଷୋତ୍ତମ କ୍ଷେତ୍ର ଶ୍ରୀ ନୀଳାଚଳଧାମରେ ମହାପ୍ରଭୁ ଶ୍ରୀଜଗନ୍ନାଥ ବିଜେ କରିଛନ୍ତି। ଭକ୍ତ ର ଭଗବାନ କେତେବେଳେ ଭକ୍ତ ସାଲବେଗ ପାଇଁ ରଥରେ ଅଟକିଲେଣି, ପୁଣି ଦାସିଆ ହାତରୁ ନଡିଆ ନେଲେଣି, ଭକ୍ତ ବଳରାମ ଦାସଙ୍କ ପାଇଁ ରଥରେ ବାଳି ରଥରେ ବିଜେ କରିଲେଣି, ଭକ୍ତ ପାଇଁ ରତ୍ନ ସିଂହାସନ ଛାଡି ରଥାଋଢ ହୋଇ ଅଗଣିତ ଭକ୍ତ ଙ୍କ ଗହଣରେ ଗୁଣ୍ଡିଚାରେ ନବଦିନାତ୍ମକ ଯାତ୍ରା କରୁଛନ୍ତି। ଖୋର୍ଦ୍ଧା ହେଉଛି କଳା ସଂସ୍କୃତିର ମାଟି। ଶ୍ରୀମନ୍ଦିର ସହ ଖୋର୍ଦ୍ଧା ର ସମ୍ପକ ଅତି ନିବିଡ। ଖୋର୍ଦ୍ଧା ହେଉଛି ମହାପ୍ରଭୁଙ୍କ ଦିବ୍ଯ ଲୀଳାକ୍ଷେତ୍ର। ଗଡ ଖୋର୍ଦ୍ଧା ହେଉଛି ମହାପ୍ରଭୁଙ୍କ ବ୍ରହ୍ମକ୍ଷେତ୍ର। ଏଠାରେ ମହାପ୍ରଭୁଙ୍କ ପ୍ରଥମ ନବକଳେବର ଅନୁଷ୍ଠିତ ହୋଇଥିଲା। ଚିଲିକା ହେଉଛି ମହାପ୍ରଭୁଙ୍କ ଦିବ୍ଯ ଗୁପ୍ତ ଲୀଳା କରିଛନ୍ତି।
ଓଡିଶା ସର୍ଭିସ୍ ସେଣ୍ଟର୍ ଫର୍ ଦି ଦିବ୍ୟାଙ୍ଗ ପିପୁଲ୍ସ ର ଆବାହକ ଭବାନୀଚରଣ ପାଢୀ ଙ୍କ ତତ୍ତ୍ଵାବଧାନ ରେ ଆୟୋଜିତ ଏହି ମହୋତ୍ସବ ରେ ଅନୁଷ୍ଠାନ ଦୃଷ୍ଟି ବାଧିତ ଭାଇ ଭଉଣୀ ମାନେ ମହାପ୍ରଭୁଙ୍କ ମନଛୁଆଁ ଭଜନ ଗାନ କରି ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲେ। ମହାପ୍ରଭୁଙ୍କ ସନ୍ଧ୍ଯା ଆଳତୀ ଓ ୩୨ ବେଶ ଦର୍ଶନ କରିଥିଲେ ଶତାଧିକ ଭକ୍ତ। ଜଗବନ୍ଧୁଙ୍କ ହେ ଗୋସାଇଁ, ଆହେ ନୀଳ ଶଇଳ, ସକଳ ତୀର୍ଥ ତୋ ଚରଣେ, କଥାମାନ ଚାଳ ଯିବା ପ୍ରଭୁତି ଗୋଟିଏ ପରେ ଶ୍ରୀଜଗନ୍ନାଥଙ୍କ ଜଣାଣ ଗାଇ ଭକ୍ତ ଙ୍କୁ ବିଭୋର କରିଥିଲେ। ପ୍ରଭାତ ପାଣିଗ୍ରାହୀ ମଞ୍ଚ ସଂଯୋଜନା କରିଥିଲେ। ସନ୍ତୋଷ ଶ୍ରୀଚନ୍ଦନ, ଜିତେନ୍ଦ୍ର ବେହେରା, ରଞ୍ଜନ ବରାଳ, ରଶ୍ମୀରଞ୍ଜନ ମିଶ୍ର, କେ ଆଦର୍ଶ ଅଂଶୁମାନ, ଏସଏମ ଦିବ୍ଯ ପ୍ରକାଶ, ଚନ୍ଦନ ମହାରଣା, ସତ୍ଯନାରାୟଣ ବିଶୋଇ ପ୍ରମୁଖ ସହଯୋଗ କରିଥିଲେ।